ସୁନ୍ଦରଗଡ଼ ଜିଲ୍ଲା ବଣାଇ ଇନଣ୍ଡୋର ଷ୍ଟାଡିଅମ ରେ YICC କ୍ଲବ ତରଫରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଡବଲସ ବ୍ୟାଡ଼ ମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି ।
ଏହି ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୪ ଟି ଟିମ ଭାଗ ନେଇ ଥିଲେ । ଫାଇନାଲ ଖେଳର ସମ୍ବିତ ଏବଂ ପାର୍ଟନର ସହ ଆଶିଷ ଏବଂ ପାର୍ଟନର ମଧ୍ୟରେ ଖେଳ ବେଶ ରୋଚକ ହୋଇଥିଲା। ଦର୍ଶକ ମାନେ ଖେଳର ବେଶ ମଜା ଉଠାଇ ଥିଲେ। ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଜେ ଏସ ପି ଏଲ ର ଡେପୁଟି ମ୍ୟାନେଜର ସୁଦାମ ମହାକୁଡ଼, ସାନମାନିତ ଅତିଥି ଭାବେ ଆଞ୍ଚଳିକ ଯୁବ ସାସଂଦ ର ସଭାପତି ତଥା ଓଟିଭି ସାମ୍ବାଦିକ ରଂଜିତ ଚୌଧୁରୀ, ରାଉରକେଲା ପ୍ରେସ କ୍ଲବ ଅଧ୍ୟକ୍ଷ ମିହିର ରାୟ, ଶିବ ଚରଣ ସାହୁ, ପ୍ରମୁଖ ଯୋଗ ଦେଇ ବିଜେତା ଉପ ବିଜେତା ଙ୍କୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ। ପ୍ରଭାତ ସ୍ୱାଇଁ ଏବଂ ଆଶିଷ ପ୍ରଧାନ ଖେଳ ପରିଚାଳନା କରିଥିଲେ।

