ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ମଙ୍ଗଳବାର ରାତିରୁ ଆରମ୍ଭ ହୋଇଯାଇଛି ବର୍ଷା। ଅଦିନିଆ ବର୍ଷା ଫଳରେ ସାଧାରଣ ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସବୁଠାରୁ ବେଶୀ ଅସୁବିଧା ଭୋଗୁଛନ୍ତି ଚାଷୀମାନେ
। ଧାନ ଚାଷ ଅମଳ କରି ଖଳାରେ ରଖିଥିବା ବେଳେ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଯାଉଛି। ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଯାଉଛି । ବଣାଇ ଅଞ୍ଚଳ ରେ ଗତ କାଲି ରାତିରେ ଅଦିନିଆ ବର୍ଷା ହେବା ଫଳରେ ପନିପରିବା କ୍ଷେତରେ ପାଣି ପଶି ନଷ୍ଟ ହେବା ସହ ଖଳାରେ ରେ ରଖିଥିବା ଅମଳ ଧାନ ନଷ୍ଟ ହୋଇଯାଇଛି । ପାଲ ପକାଇ ନିଜ ଖଳା ରେ ରଖିଥିବା ଅମଳ ଧାନ କୁ ଚାଷୀ ଘୋଡାଇ ରକ୍ଷା କରିବାକୁ ଉଦ୍ୟମ କରୁଛି। ଅନ୍ୟ କିଏ ଘୋଡେଇ ନପାରିବାରୁ ଅମଳ ଧାନ ବର୍ଷା ରେ ଓଦା ହୋଇ ଭିଜି ନଷ୍ଟ ହେଇଯାଇଛି । ସେହିପରି ଏହି ଅଦିନିଆ ବର୍ଷା ରେ ଫୁଲକୋବି, ବନ୍ଧା କୋବି କ୍ଷେତରେ ପାଣି ପଶି ଚାଷ ନଷ୍ଟ ହେବା ସହ ବର୍ଷା ମାଡରେ ଫୁଲକୋବି ନଷ୍ଟ ହୋଇଯାଉଛି ।

