ମିସେସ ୱାର୍ଲଡ଼ ଟାଇଟଲ ହାସଲ ଲାଗି ପ୍ରସ୍ତୁତି ଚଳାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବୋହୁ ନବଦୀପ।। ପୂର୍ବରୁ ହାସଲ କରିଥିଲେ ମିସେସ ଇଣ୍ଡିଆ ୨୦୨୧ ଟାଇଟିଲ ।
ସୁନ୍ଦରଗଡ଼ ଜିଲ୍ଲାର ବୋହୁ ନବଦୀପ କୌର। ମିସେସ ଇଣ୍ଡିଆ ୨୦୨୧ ଟାଇଟଲ ହାସଲ କରିବା ପରେ ଏବେ ମନୋନୀତ ହୋଇଛନ୍ତି ମିସେସ ୱାର୍ଲଡ଼ ପ୍ରତିଯୋଗିତାରେ ଭାଗ ନେବାଲାଗି। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକର କାଂଶବାହାଲ ଅଞ୍ଚଳରେ ରହନ୍ତି ନବଦୀପ କୌର।
ନିଜର ପ୍ରତିଭା, ସୌନ୍ଦର୍ଯ୍ୟ ଏବଂ ଆତ୍ମବିଶ୍ୱାସ ଯୋଗୁଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହି ବର୍ଷ କେନ୍ଦ୍ର ଶାସିତ ପ୍ରଦେଶ ଡାମନ ରେ ଆୟୋଜିତ ଡାମନ ମିସେସ ଇଣ୍ଡିଆ 2021 ପ୍ରତିଯୋଗିତାରେ ବିଜୟିନୀ ହୋଇ ଓଡିଶା ତଥା ସୁନ୍ଦରଗଡ ଜିଲ୍ଲା ର ମାନ ବଢ଼ାଇ ଥିଲେ ନବଦୀପ।କାଂଶବାହାଲର ଶିଳ୍ପପତି ନବଜିତ ସିଂଙ୍କ ପତ୍ନୀ ନବଦୀପ ଏମ ବି ଏ କରିଛନ୍ତି। ସେ କଂପ୍ୟୁଟର ସାଇନ୍ସ ରେ ଇଂଜିନିୟରିଂ ଶିକ୍ଷା ଲାଭ ମଧ୍ୟ କରିଛନ୍ତି। ତାଙ୍କର ଏକ ୫ ବର୍ଷ ର ଶିଶୁ କନ୍ୟା ମଧ୍ୟ ଅଛି।ମିସେସ ଇଣ୍ଡିଆ ଟାଇଟଲ ହାସଲ ପରେ ନବଦୀପ ଲସଭେଗାସରେ ଅନୁଷ୍ଠିତ ହେବାକୁ ଥିବା ମିସେସ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେବାପାଇଁ ମୋନନୀତ ହୋଇଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ମାସରେ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି। ନପଦୀପଙ୍କୁ ପରିବାର ପକ୍ଷରୁ ପୁର୍ଣ ସହଯୋଗ ରହିଥିବା ବେଳେ ସେ 21 ବର୍ଷ ପରେ ଏଥର ନିଶ୍ଚୟ ଭାରତ ପାଇଁ ମୁକୁଟ ଆଣିବେ ବୋଲି ପରିବାର ଲୋକେ ଆଶା ବାନ୍ଧିଛନ୍ତି । ନବଦୀପ ଭାରତ ଲାଗି ପ୍ରତିନିଧିତ୍ବ କରୁ ଥିବାରୁ ଖୁବ ଉତ୍ସାହିତ ଏବଂ ଗର୍ବିତ ବୋଲି କହିଛନ୍ତି। ଦେଶ,ରାଜ୍ୟ ତଥା ସ୍ଥାନୀୟ ଲୋକଙ୍କ ସହଯୋଗରେ ମିସେସ ୱାର୍ଲ୍ଡ ମୁକୁଟ ପିନ୍ଧି ଦେଶ ଏବଂ ରାଜ୍ୟର ନାଁ କରିବେ ବୋଲି ନବଦୀପ ଆଶା ରଖିଛନ୍ତି।

