ବାଇକ ରେ ଯାଉଥିବା ବେଳେ ଅଜଣା ଗାଡି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ।। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳର ଘଟଣା।

0 605

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଥାନା ର କେନ୍ଦ୍ରୀକଲା ନିକଟ ବ୍ରଡାବାହାଲ ରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁଇ ଯୁବକ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ଅଜଣା ଗାଡି ବାଇକ କୁ ଧକ୍କା ଦେଇଥିଲା

। ଫଳରେ ବାଇକ ଆରୋହି ଦ୍ବୟ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ତୁରନ୍ତ ବଣେଇ ଡାକ୍ତରଖାନା ନେଇଥିଲେ। ମାତ୍ର ଡାକ୍ତର ସେଠାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ । ମୃତକ ଦ୍ବୟ ସ୍ଥାନୀୟ ଅଞ୍ଚଳର ଶିବୁ ମହାନ୍ତି ଏବଂ ଘନଶ୍ୟାମ ବ୍ରହ୍ମ ବୋଲୁ ଚିହ୍ନଟ ହୋଇଛନ୍ତି।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.