ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ଏବଂ ମେଘୁଆ ପାଗ , ଶୀତର ପ୍ରଭାବ କମ।। ରାଜ୍ୟରେ ଶୀତର ପ୍ରଭାବ କମିଥିବା ବେଳେ ଘନ କୁହୁଡି ଜାରି।

0 348

ଏବେ ରାଜ୍ୟରେ ଶୀତ ର ପ୍ରଭାବ ବହୁ ପରିମାଣରେ କମି ଯାଇଥିବା ବେଳେ ଅଧିକାଂଶ ଜିଲ୍ଲାରେ କୁହୁଡି ଲାଗି ରହିଛି। ରାତିର ତାପମାତ୍ରା ୨ରୁ ୩ଡିଗ୍ରୀ ବଢି ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେ ପହଞ୍ଚିଛି। ପାଗର ଏପରି ପରିବର୍ତ୍ତନ ୩ରୁ ୪ଦିନ ଲାଗି ରହିବ ବୋଲି ପାଣିପାଗ ସୂତ୍ରରୁ ପ୍ରକାଶ। ଏବେ ପାଗ ମେଘୁଆ ରହୁଥିବା ବେଳେ ଘନ କୁହୁଡି ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡି ଯୋଗୁଁ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହେଉଛି। ବିଶେଷ କରି ବଣାଇ ଉପଖଣ୍ଡରେ କୁହୁଡି ର ଅଧିକ ରହୁଛି । ଦୁଇ,ତିନି ଦିନ ଧରି ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଜିଲ୍ଲାରେ ବଣାଇ ଉପଖଣ୍ଡ ସହ ସୁନ୍ଦରଗଡ଼ ସଦର ମହକୁମାରେ ରେ

ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ସବୁଆଡେ ଘନ କୁହୁଡ଼ିର ଆସ୍ଥରଣ।
ହାଡ଼ଭଙ୍ଗା ଶୀତ ପରେ ପାଣିପାଗ ରେ ପରିବର୍ତ୍ତନ ଦେଖାଦେଇଛି । ଥଣ୍ଡା କମିଛି ଓ ଅନ୍ୟ ପଟେ ଉଷ୍ମ ଏବଂ ଜଳୀୟବାଷ୍ପପୂର୍ଣ ସାମୁଦ୍ରିକ ପବନ ଓଡିଶାରେ ପ୍ରବେଶ କରିଥିବାରୁ ରାତିର ତାପମାତ୍ରା ବଢିଛି। ମଧ୍ୟମ ଧରଣ ବର୍ଷାର ସମ୍ଭାବନା ଥିବାରୁ ସୁନ୍ଦରଗଡ଼ ଜିଲ୍ଲା କୁ ୟେlଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ଆଜି ସକାଳ କୁ ସୁନ୍ଦରଗଡ଼ ରେ ଘନ କୁହୁଡି ଦେଖିବାକୁ ମିଳିଛି । ମେଘୁଆ ପାଗ ସାଙ୍ଗକୁ କୁହୁଡି ଜନଜୀବନ କୁ ଅସ୍ତବ୍ୟସ୍ତ କରିଛି । ଗୋଟିଏ ପଟେ ଥଣ୍ଡା କିଛି ମାତ୍ରା ରେ କମିଥିବାରୁ ଲୋକେ ଏହାର ମଜା ନେଉଥିବା ବେଳେ ଅନ୍ୟପଟେ କୁହୁଡି ଯୋଗୁଁ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହେଉଛି।

Leave A Reply

Your email address will not be published.