ରାଉରକେଲା ରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ର ଚଢ଼ାଉ।। ୨୦ ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା।। ଆୟକର ଫାଙ୍କି ଅଭିଯୋଗରେ ଚଢ଼ାଉ ।
ଆୟକର ବିଭାଗ ପକ୍ଷରୁ ରାଉରକେଲା ର କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ଉପରେ ଚଢ଼ାଉ ଚାଲିଛି। ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ସମୁଦାୟ ୨୦ ଟି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଏହି ପ୍ରତିଷ୍ଠାନର ଲିଙ୍କ ରେ ଥିବା ଲୋକଙ୍କ ବାସଭବନରେ ଚାଲିଥିବା ସୂଚନା ମିଳିଛି
। ୨୦ ରୁ ଅଧିକ ଆୟକର ବିଭାଗର ଅଧିକାରୀ ମାନେ ଏହି ଚଢ଼ାଉରେ ସାମିଲ ଅଛନ୍ତି। ରାଉରକେଲା ବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଅଞ୍ଚଳରେ ଥିବା ଏକ ଶିଳ୍ପାନୁଷ୍ଠାନ ରେ ମଧ୍ୟ ଏହି ଚଢ଼ାଉ ଚାଲିଛି। ବଣେଇ ର ରିଲାୟବୁଲ ସ୍ପଞ୍ଜ କାରଖାନା ଉପରେ ଚଢ଼ାଉ ଚାଲିଥିବା ବେଳେ ରାଉରକେଲାରେ ଏହାର ମାଲିକଙ୍କ ବାସଭବନ ଏବଂ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ଚଢ଼ାଉ ଜାରି ରହିଛି । ଯାଞ୍ଚ ସମୟରେ ଆୟକର ଫାଙ୍କି ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ଆୟକର ଫାଙ୍କି ଉପରେ ଏହି ରେଡ଼ ଚାଲିଥିବା ବେଳେ ସବିଶେଷ ବିବରଣୀ ମିଳିପାରିନାହିଁ। ଯାଞ୍ଚ କାର୍ଯ୍ୟ ସରିବା ପରେ କେତେ ପରିମାଣର ଆୟକର ଟିକସ ଫାଙ୍କି ହୋଇଛି ତା ଜଣାପଡିବ।

