ବଣାଇ ଅଞ୍ଚଳରୁ ବିରଳ ପ୍ରଜାତିର ଧଳା ନାଗ ଉଦ୍ଧାର।। ବନବିଭାଗ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ।

0 393

ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବାଘାପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଏକ ଧଳା ପ୍ରଜାତି ର ବିରଳ ନାଗ ସାପ ଉଦ୍ଧାର କରାଯାଇଛି।

ଉକ୍ତ ଗ୍ରାମବାସୀଙ୍କ ଘରେ ଏହି ୬ ଫୁଟ ଲମ୍ବର ନାଗଟି ବୁଲୁଥିବା ବେଳେ ପରିବାର ଲୋକେ ଭୟଭୀତ ହୋଇପଡିଥିଲେ। ପରେ ଏ ବାବଦରେ ବନ ବିଭାଗକୁ ଖବର ଦିଆଯାଇଥିଲା। ବନବିଭାଗ ପକ୍ଷରୁ ନିୟୋଜିତ ସାପ ଧରାଳି ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଧାରିଣୀ ଧରପାଲି ଜଙ୍ଗଲ ରେ ଛାଡି ଦେଇଥିଲେ। ଘରେ ବୁଲା ବୁଲି କରୁ ଥିବା ବେଳେ ନାଗସାପ ଟି କାହାର ଅନିଷ୍ଟ କରିନଥିଲା। ଏହା ଏକ ବିରଳ ପ୍ରଜାତିର ସାପ ବୋଲି ବଣାଇ ରେଞ୍ଜର ସରସ୍ବତୀ ସିଂ ସୂଚନା ଦେଇଛନ୍ତି।

Leave A Reply

Your email address will not be published.