ବଣାଇ ଫରେଷ୍ଟ ରେଞ୍ଜ ରେ ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ।। ଜଣେ ନାବାଳିକା ଅଳ୍ପକେ ବର୍ତ୍ତିଲେ।

0 304

ସୁନ୍ଦର ଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ। ବିଶେଷକରି ବଣାଇ ଏବଂ କୋଇଡା ଫରେଷ୍ଟ ରେଞ୍ଜରେ ହାତୀପଲ୍ଲ ପଶି ବ୍ୟାପକ ଫସଲ ହାନି କରିବା ସହ ଧନଜୀବନ କ୍ଷତି କରୁଛନ୍ତି।

ଶନିବାର ରାତିରେ ବଣାଇ ରେଞ୍ଜ ର ସରସରା ସେକ୍ସନ ର ଦଲକି ଗ୍ରାମରେ ଏକ ଦନ୍ତା ହାତୀ ଆକ୍ରମଣ ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ନାବାଳିକା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗତ କାଲି ବିଳମ୍ବିତ ରାତିରେ ହାତୀ ଖଳାରେ ପଶି ଧାନ ଖାଉଥିବା ଦେଖି ମହିଳା ଜଣକ ଦୌଡ଼ି ପଳାଉ ଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ। ମହିଳାଙ୍କୁ ସାମନାରେ ପାଇ ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଘଟଣା ସ୍ଥଳରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକ ସମ୍ବାରି ଜରିକା ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ବଣାଇ ବନବିଭାଗ ଅଧିକାରୀ ଏବଂ କର୍ମଚାରୀ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ କରୁଛନ୍ତି।

Leave A Reply

Your email address will not be published.