ରାଉରକେଲା-ହଟିଆ ଲାଇନ ରେ ଦୁଇ ମାଲଗାଡି ମୁହାଁମୁହିଁ ଧକ୍କା।। ଡ୍ରାଇଭର ସହ ଅନ୍ୟ ଦୁଇ କର୍ମଚାରୀ ଗୁରୁତର।। ଟ୍ରେନ ଚଳାଚଳ ପ୍ରଭାବିତ।

0 1,000

ରାଉରକେଲା ନିକଟରେ ହଟିଆ ଓ ରାଉରକେଲା ବନ୍ଧମୁଣ୍ଡା ରେଳ ଲାଇନର କୁରକୁରା ଷ୍ଟେସନ ନିକଟରେ ଦୁଇ ମାଲଗାଡି ମଧ୍ୟରେ ଧକ୍କା ହୋଇଛି l ଭୁଲବଶତ ଦୁଇଟି ମାଲଗାଡ଼ି ଗୋଟିଏ ଲାଇନରେ ଆସିଯିବାରୁ ଏଭଳି ଅଘଟଣ ଘଟିଛି l

ଦୁର୍ଘଟଣାରେ ଡ୍ରାଇଭର ଓ ଅନ୍ୟ ରେଳ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ଉଦ୍ଧାର ପାଇଁ ରାଉରକେଲା ବନ୍ଧମୁଣ୍ଡାରୁ ରିଲିଫ ଟ୍ରେନ ସହ ମେଡିକାଲ ଟିମ ଦୁର୍ଘଟଣା ସ୍ଥଳକୁ ଯାଇଛି l ସୂଚନା ମୁତାବକ କୁରକୁରା ଷ୍ଟେସନ ଲାଇନ ନମ୍ବର ତିନିରେ ରାଞ୍ଚିକୁ ମାଲଗାଡ଼ି ଯାଉଥିଲା l ଏହି ସମୟରେ ରାଉରକେଲାରୁ ରାଞ୍ଚି ଯାଉଥିବା ଅନ୍ୟ ଏକ ମାଲଗାଡ଼ି ସିଗନାଲ ଭାଙ୍ଗି ତିନି ନମ୍ବର ଲାଇନରେ ପଶିଯାଇଥିଲା l ଫଳରେ ଦୁଇ ମାଲ ଗାଡି ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଥିଲା l ସୂଚନା ରେଳବାଇର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

Leave A Reply

Your email address will not be published.