ଦୁଇବର୍ଷ ବନ୍ଦ ରହିବା ପରେ ଖଣ୍ଡାଧାର ପର୍ଯ୍ୟଟନ ସ୍ଥଳୀରେ ପୁଣି ହେଲାଣି ଭିଡ଼।। ବଡ଼ଦିନ ଏବଂ ନୂଆବର୍ଷରେ କୋଭିଡ କଟକଣା ଯୋଗୁଁ ପର୍ଯ୍ୟଟକ ନିରାଶ।

0 464

ଦୀର୍ଘ ଦୁଇ ବର୍ଷ ହେବ ଖଣ୍ଡାଧାର ପର୍ଯ୍ୟଟନ ସ୍ଥଳୀ କୋଭିଡ ଲାଗି ବନ୍ଦ ଥିବା ବେଳେ ଏବେ ଏଠାରେ ଭିଡ଼ ଦେଖି ବାକୁ ମିଳିଲାଣି । କିନ୍ତୁ ଏବେ ପୁଣି ଡିସେମ୍ବର ୨୫ ତାରିଖ ଏବଂ ଡିସେମ୍ବର ୩୧ ରୁ ଜାନୁଆରୀ ୨ ତାରିଖ ୨୦୨୨ ଚାରିଦିନ ଲାଗି ଏଠାରେ ପିକିନିକ ସହ ଭିଡକୁ ବାରଣ କରାଯାଇଛି। କୋଭିଡ କଟକଣା ଯୋଗୁ ଏପ୍ରକାର ନିର୍ଣ୍ଣୟ ନିଆଯାଇଛି। ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ଆସି ଏଠାରେ ଭୋଜିଭାତ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ର ମଜ଼ା ନେଉଛନ୍ତି । ଏହା ସହିତ ହଜାର ଫୁଟ ଉପରୁ ପଡୁଥିବା ଜଳପ୍ରପାତର ମନୋରମ ଦୃଶ୍ୟ କୁ ବେଶ ଉପଭୋଗ କରୁଛନ୍ତି । ପିଲାମାନଙ୍କ ଲାଗି ଶିଶୁ ଉଦ୍ୟାନ ର ଉନ୍ନତିକରଣ ହୋଇଥିବା ବେଳେ ପିଲାମାନେ ଖେଳ କୁଦ କରି ବେଶ ମଜା ନେଉଛନ୍ତି । ସେହିପରି ଭୋଜି କରିବାକୁ ସୁତନ୍ତ୍ର ପିଣ୍ଡି, ପାଣିର ସୁବିଧା ସହ ଶୌଚାଳୟ ମଧ୍ୟ ଉପଲବ୍ଧ ରହିଛି ।

ଖଣ୍ଡାଧାର ପର୍ଯ୍ୟଟନ ସ୍ଥଳୀରେ ରାତ୍ରିଯାପନ ଲାଗି ଅତି ସୁନ୍ଦର କଟେଜ କରାଯାଇଛି। ପରିବାର ସହିତ ରହି ରାତ୍ରି ଯାପନ କରିବା ସହିତ ଖଣ୍ଡାଧାର ଜଳପ୍ରପାତ ଦୃଶ୍ୟ ମଧ୍ୟ ଉପଭୋଗ କରୁଛନ୍ତି ।
ଖଣ୍ଡାଧାର ପର୍ଯ୍ୟଟନ ସ୍ଥଳୀ ରାଉରକେଲା ରୁ ୭୫ କିଲୋମିଟର ଦୁରତ୍ୱରେ ରହିଥିବା ବେଳେ ଯାତାୟାତ ଲାଗି ରାସ୍ତା ଉନ୍ନତିକରଣ ମଧ୍ୟ ଚାଲିଛି।

Leave A Reply

Your email address will not be published.