ରାଉରକେଲା ୩ ନମ୍ବର ସେକ୍ଟର ସ୍ଥିତ ଐରାବନ୍ଧ ଜଗନ୍ନାଥ ମନ୍ଦିର ପରିସରରେ ଯାତ୍ରୀ ନିବାସ ଉଦଘାଟିତ ।

0 389

ରାଉରକେଲା ୩ ନମ୍ବର ସେକ୍ଟର ସ୍ଥିତ ଐରାବନ୍ଧ ଜଗନ୍ନାଥ ମନ୍ଦିର ପରିସରରେ ଶୁକ୍ରବାର ଦିନ ନବନିର୍ମିତ ଯାତ୍ରୀ ନିବାସ ଉଦଘାଟିତ ହୋଇଯାଇଛି। ରଘୁନାଥପାଲି ବିଧାୟକ ସୁବ୍ରତ ତାରାଇ ଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ଏହି ଯାତ୍ରୀ ନିବାସ କୁ ଉଦଘାଟନ କରିଥିଲେ।

ଏହି ଯାତ୍ରୀ ନିବାସ ନିର୍ମାଣ ହେବା ଦ୍ୱାରା ରାଉରକେଲା କୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଲାଗି ରାତ୍ରିକାଳୀନ ରହିବା ସୁବିଧା ହୋଇପାରିବ। ଭଜନ କୀର୍ତ୍ତନ ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି ଉଦଘାଟନ ଉତ୍ସବ ର ଆୟୋଜନ କରାଯାଇଥିଲା। ତେବେ ଏହି ମନ୍ଦିର କମ୍ପ୍ଲେକ୍ସ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଅଧୀନରେ ଆସୁଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟରେ କେତେକ ଅସୁବିଧା ହେଉଥିବା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି।

Leave A Reply

Your email address will not be published.