ରାଉରକେଲା ରେ ପଥପାର୍ଶ୍ୱ ଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା।। ଉପକୃତ ହେଲେ ୩ ହଜାର ୩ ଶହ ଉଠା ଦୋକାନୀ।

0 449

ଉଠା ଦୋକାନୀ ଏବଂ ବୁଲା ବିକାଳୀଙ୍କ ଲାଗି ଆସିବାକୁ ଥିବା ଆର୍ଥିକ ସହାୟତା ଶୁକ୍ରବାର ଦିନ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଙ୍କୁ ପଠାଇ ଦିଆଯାଇଛି।ରାଉରକେଲା ରେ ଏହି ଯୋଜନାରେ ୩ ହଜାର ୩ ଶହ ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ସରକାରଙ୍କ ତରଫରୁ ଦିଆଯାଇଛି। ଏହା ତୃତୀୟ ଥର ଲାଗି ଦିଆ ଯାଇଥିବାରୁ ହିତାଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। କୋଭିଡ ସମୟରେ ଉଠାଦୋକାନୀ ମାନେ ଆର୍ଥିକ ସ୍ତରରେ ବେଶ ପ୍ରଭାବିତ ହୋଇଥିଲେ। କୋଭିଡ କଟକଣା ଏବଂ ଲକଡାଉନ ବହୁଦିନ ଧରି ଲାଗି ରହିଥିବାରୁ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। କୋଭିଡ ସମୟରେ ଉଠା ଦୋକାନୀଙ୍କୁ ଦୁଇଥର କୋଭିଡ ସହାୟତା ଦିଆଯାଇଥିଲା। ଆଜି ତୃତୀୟ ଥର ଲାଗି ଦିଆଯାଉଛି।

ତେବେ ଆଜି ୩ ହଜାରରୁ ଉର୍ଦ୍ଧ୍ବ ଉଠାଦୋକାନୀ ଙ୍କୁ ଆର୍ଥିକ ସହାୟତା ମିଳିଥିବା ବେଳେ ଅନ୍ୟ ବହୁ ଉଠା ଦୋକାନୀ ଏଥିରୁ ବାଦ ପଡିଥିବା ଅଭିଯୋଗ ଆସିଥିଲା। ତେବେ ରେଜଷ୍ଟ୍ରେସନ କରାଯାଇ ପର୍ଯ୍ୟାୟ କ୍ରମେ ଏହା ଦିଆଯିବ ବୋଲି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି। ଆଜି ରାଉରକେଲା ମହନଗର ନିଗମ ଅଞ୍ଚଳରେ ଥିବା ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ମିଳିଥିବା ବେଳେ ଷ୍ଟିଲ ଟାଉନଶିପ ଉଠାଦୋକାନୀ ଏହି ଯୋଜନାରୁ ବାଦ ପଡିଛନ୍ତି। ଏଥି ଲାଗି ସ୍ଥାନୀୟ ବିଧାୟକ ସାରଦା ପ୍ରସାଦ ନାୟକ କେନ୍ଦ୍ର ସରକାର ଏବଂ ଆରଏସପି କର୍ତ୍ତୃପକ୍ଷ କୁ ଦାୟୀ କରି କ୍ଷୋଭ ପ୍ରକାଶ କରିଛନ୍ତି।

ଗୁରୁବାର ଦିନ ଖବରକାଗଜ ହକର ମାନଙ୍କୁ ୬ ହଜାର ଟଙ୍କା ଲେଖାଏଁ କୋଭିଡ ସହାୟତା ଦିଆଯାଇଥିଲ। ଆଜି ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କା ଆର୍ଥିକ ସହାୟତା ଦିଆ ଯାଇଛି। ତେବେ ରାଉରକେଲା ଇସ୍ପାତ ସହରାଞ୍ଚଳରେ ଥିବା ଉଠା ଦୋକାନୀଙ୍କୁ ଏହି ସହାୟତା ଶୀଘ୍ର ଯୋଗାଇଦେବାକୁ ଦାବି ହେଉଛି।
ଏହି କାର୍ଯ୍ୟକ୍ରମ ରେ ରାଉରକେଲା ବିଧାୟକ , ଜିଲ୍ଲାପାଳଙ୍କ ସହ ରଘୁନାଥପାଲି ବିଧାୟକ ସୁବ୍ରତ ତାରାଇ , ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.