ରାଜ୍ୟରେ ପୁଣି ଦୁଇ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ।। ଆକ୍ରାନ୍ତଙ୍କ ସଂଖ୍ୟା ୪ ରେ ପହଁଚିଲା। ଉଭୟ ନାଇଜେରିଆ ରୁ ଆସିଥିଲେ ।

0 336

ଓଡ଼ିଶାରେ ଗୁରୁବାର ଦିନ ଆଉ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଦୁଇଜଣ ୧୧ ଏବଂ ୧୫ ବର୍ଷୀୟା ନାବାଳିକା । ଉଭୟ ତାଙ୍କ ପରିବାର ସହ ନାଇଜେରିଆ ରୁ ଆସିଥିଲେ।

ଦୁଇ ଆକ୍ରାନ୍ତ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ଏହି ଦୁଇ ଆକ୍ରାନ୍ତ ଙ୍କୁ ମିଶାଇଲେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ରେ ପହଁଚିଛି। ପୂର୍ବରୁ ଦୁଇଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସରକାର କୋଭିଡ ର ଏହି
ଭେରୀଆଣ୍ଟ କୁ ମୁକାବିଲା ଲାଗି ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ଲୋକମାନେ ସେତିକ ସତର୍କତା ଅବଲମ୍ବନ କରୁନଥିବା ଦେଖାଯାଉଛି । କୋଭିଡ ର ଦୂତୀୟ ଲହର ସମୟରେ ସରକାରୀ ସ୍ତରରେ ଗାଇଡ଼ଲାଇନ କୁ ଯେତିକି କଡାକଡି ପାଳନ କରାଯାଉଥିଲା ତା ଏବେ ଦେଖାଯାଉନାହିଁ। ଲୋକମାନେ ମଧ୍ୟ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ମଧ୍ୟ ରକ୍ଷା କରୁନାହାନ୍ତି। ଆଗକୁ ଆସୁଛି ଖ୍ରୀଷ୍ଟମାସ ଏବଂ ନୂତନବର୍ଷ। ଏବେଠାରୁ କୋଭିଡ ଗାଇଡ଼ଲାଇନ୍ସ କୁ କଡାକଡି ପାଳନ ନକଲେ ସ୍ଥିତି ବିସ୍ପୋରକ ହୋଇପଡିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି।

Leave A Reply

Your email address will not be published.