ରାଉରକେଲା ସହରରେ ଶୀତ ଲହର ଜାରୀ।। ଲୋକମାନେ ସତର୍କ ରହିବାକୁ ମହନଗର ନିଗମ ପକ୍ଷରୁ ନିବେଦନ।

0 783

ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ଶୀତ ଲହର ଜାରି ରହିଛି। ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ତାପମାତ୍ରା ୬ ଡିଗ୍ରୀ ଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱ।ର୍ନିଙ୍ଗ ଜାରି କରାଯାଇଥିଲା।

ଗୁରୁବାର ଦିନ ୨୪ ଘଣ୍ଟା ଲାଗି ଅରେଞ୍ଜ ୱ।ର୍ନିଙ୍ଗ ଜାରି କରାଯାଇଛି। ରାଉରକେଲା ସହରରେ ପ୍ରବଳ ଶୀତ ପଡ଼ିଥିବାରୁ ୨ ରୁ ୩ ଦିନ ପର୍ଯ୍ୟନ୍ତ ସତର୍କ ରହିବାକୁ ମହନଗର ନିଗମ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇଛି। ଅତି ଆବଶ୍ୟକ ନଥିଲେ ରାତିରେ ଘରୁ ନବହାରିବାକୁ ନିବେଦନ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ନିଆଁ ଜାଳି ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବାଲାଗି ଉଦ୍ୟମ କରୁଥିବା ଦେଖାଯାଉଛି।ଏହି ଶୀତ ଲହର ଆଉ ଦୁଇଦିନ ରହିବାନେଇ ସୂଚନା ଦିଆଯାଇଛି।

Leave A Reply

Your email address will not be published.