ରାଉରକେଲା ନୟାବଜାର ଅଞ୍ଚଳରେ ଜଣେ ଯୁବକଙ୍କୁ ବେକକାଟି ହତ୍ୟା।। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ସନ୍ଦେହ।। ପ୍ଲାଣ୍ଟସାଇଟ ପୋଲିସ ର ତଦନ୍ତ ଜାରି।

0 904

ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ନୟାବଜାର ଅଞ୍ଚଳରେ ମଙ୍ଗଳବାର ଦିନ ଜଣେ ଯୁବକଙ୍କୁ ବେକ କାଟି ହତ୍ୟା କାରାଯାଇଛି। ମୃତ ଯୁବକ ପିଣ୍ଟୁ ଶ୍ରୀବାସ୍ତଵ ବୋଲି ସୂଚନା ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା ବେଳେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।


ମିଳିଥିବା ସୂଚନା ମୁତାବକ ମୃତକ ପିଣ୍ଟୁ ଙ୍କ ସହ ଅନ୍ୟ ଏକ ଗୋଷ୍ଠୀ ର କେତେକ ଯୁବକଙ୍କ ସହ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ଆଜି ମଧ୍ୟାହ୍ନ ରେ ପିଣ୍ଟୁ ନୟାବଜ଼ାର ନିକଟ ଓଡିଶା ସ ମିଲ ନିକଟରେ ଥିବାବେଳେ ଜଣେ ଯୁବକ ଏକ ଧାରୁଆ ଅସ୍ତ୍ରରେ ପିଣ୍ଟୁ ଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ପିଣ୍ଟୁଙ୍କ ବେକ ରେ ଗଭୀର କ୍ଷତ ହୋଇଥିଲା। ପିଣ୍ଟୁ ଙ୍କୁ ମାରିବା ପରେ ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ କେତେକ ଯୁବକ ଆହତ ପିଣ୍ଟୁଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ପ୍ଲାଣ୍ଟସାଇଟ ପୋଲିସ ଜଣଙ୍କୁ ଅଟକ ରଖି ହତ୍ୟାକଣ୍ଡର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.