ଓମିକ୍ରନ୍ନ ମୁକାବିଲା ଲାଗି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ।। ଓଡ଼ିଶାରେ ଦୁଇଟିଓମିକ୍ରନ୍ ମାମଲା ଚିହ୍ନଟ ପରେ ସରକାରୀ ସ୍ତରରେ ସକ୍ରିୟତା।

0 296

ଓଡ଼ିଶାରେ ମଙ୍ଗଳବାର ଦିନ ଦୁଇଟି ଓମିକ୍ରନ୍ ମାମଲା ଚିହ୍ନଟ ହେବା ପରେ ସରକାରୀ ସ୍ତରରେ ସତର୍କତା ଅବଲମ୍ବନ କରାଯାଉଛି। ଓମିକ୍ରନ ମୁକାବିଲା ବାବଦରେ ଏକ ଉଚ୍ଚ ସ୍ତରୀୟ ବୈଠକ ଲୋକସେବା ଭବନରେ ଆରମ୍ଭ ହୋଇଛି। କଣ୍ଟାଟ ଟ୍ରାସିଂ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି।

ଏହି ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ୨୧ ଜଣଙ୍କ ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଛି। ନଭେମ୍ବର ମାସରୁ ଏପର୍ଯ୍ୟନ୍ତ ୮୮00 ଲୋକ ବିଦେଶରୁ ଓଡିଶା ଆସିଛନ୍ତି। ଏହା ମଧ୍ୟରୁ ୧୬୦୦ ଲୋକ ରିସ୍କ ରହିଥିବା ଦେଶରୁ ଆସିଛନ୍ତି। ଆଜି ଓମିକ୍ରନ୍ ଭୁତାଣୁ ଚିହ୍ନଟ ଆକ୍ରାନ୍ତ ଙ୍କ ମଧ୍ୟରେ ଜଣଙ୍କର କୌଣସି ଲକ୍ଷଣ ନଥିବା ବେଳେ ଅନ୍ୟଜଣଙ୍କର କାଶ ଲାଗି ରହିଛି। ଏହି ଦୁଇ ଜଣ ରିସ୍କ ନଥିବା ଦେଶରୁ ଆସିଥିଲେ। ଏହି ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।

Leave A Reply

Your email address will not be published.