ହୋପ ଅଫ ଲାଇଫ ସଦସ୍ୟଙ୍କ ମାନବିକତା।। ଦୁର୍ଘଟଣା ର ଶିକାର ହୋଇ ଭିକ୍ଷାବୃତ୍ତି କରୁଥିବା ଶ୍ରମିକଙ୍କୁ ଦେଲେ ନୂଆ ଜୀବନ।

0 306

ମନୁଷ୍ୟ ଜନ୍ମ ପାଇ ନିଜକୁ ମାନବସେବା ରେ ନିୟୋଜିତ କଲେ ଜୀବନର ସାର୍ଥକତା ପ୍ରତିପାଦିତ ହୁଏ। ଏହି ମାନବିକତାର ପରିଚୟ ଦେଇଛନ୍ତି ରାଉରକେଲା ର ସ୍ବେଛାସେବୀ ସଙ୍ଗଠନ ହୋପ ଅଫ ଲାଇଫ ର ସଦସ୍ୟ ମାନେ। ଜଣେ ନିଃସହାୟ କୁ ଡାକ୍ତରୀ ଚିକିତ୍ସା ଯୋଗାଇଦେଇ ବେଶ ପ୍ରସଂଶା ପାଇଛନ୍ତି ଏହି ଯୁବକ ମାନେ ।

ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାର ଶ୍ୟାମସୁନ୍ଦର ଗିରି କାମଧନ୍ଦା ଖୋଜିବାକୁ ରାଉରକେଲା ଆସିଥିଲେ। କୁଆରମୁଣ୍ଡା ର ଏକ କାରଖାନାରେ କାମ କରୁଥିଲେ। କାମସାରି ରାଉରକେଲା ଫେରୁଥିବା ବେଳେ ୨୦୧୨ ମସିହାରେ ଏକ କାର ଧକ୍କାରେ ତାଙ୍କର ଗୋଡ଼ ଭାଙ୍ଗିଯାଇଥିଲା। ଲୋକମାନେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଅର୍ଥ ଅଭାବରୁ ତାଙ୍କର ଅପରେସନ ହୋଇପାରିନଥିଲା। ସେ ଅକ୍ଷମ ପ୍ରାୟ ହୋଇ ଭିକ୍ଷା ବୃତ୍ତିକୁ ଆଦରି ନେଇଥିଲେ। ବେଦବ୍ୟାସ ଶୈବପୀଠ ରେ ଭିକ୍ଷାବୃତ୍ତି କରୁଥିବା ବେଳେ ହୋପ ଅଫ ଲାଇଫ ର ସଦସ୍ୟ ମାନଙ୍କ ନଜର କୁ ଆସିଥିଲେ।

ଏହି ସଙ୍ଗଠନ ର ଯୁବକ ମାନେ ଶ୍ୟାମସୁନ୍ଦର ଙ୍କୁ ନେଇ ପ୍ରଥମେ ଟିମ୍ବର କଲୋନୀ ସ୍ଥିତ ଶାନ୍ତିବନ ଆଶ୍ରମ ରେ ରଖିଥିଲେ। ପରେ ହୋପ ଅଫ ଲାଇଫ ର ସଦସ୍ୟ ମାନେ ଅର୍ଥ ଯୋଗାଡ କରି ଶ୍ୟାମସୁନ୍ଦର ଙ୍କ ଚିକିତ୍ସା କରାଇଥିଲେ। ବାସନ୍ତୀ କଲୋନୀ ରେ ଥିବା ଏକ ଘରୋଇ ହସପିଟାଲ ରାଜସ୍ଥାନ ସେବା ସଦନରେ ତାଙ୍କର ସଫଳ ଅସ୍ତ୍ରୋପଚାର କରା ଯାଇଥିଲା। ଏବେ ଶ୍ୟାମସୁନ୍ଦର ସୁସ୍ଥ ଅଛନ୍ତି। ହୋପ ଅଫ ଲାଇଫ ସଦସ୍ୟ ମାନଙ୍କର ଏପରି ନିଃସହାୟ ଙ୍କୁ ସାହାଯ୍ୟ କରିବା ମନୋବୃତ୍ତି ଅନ୍ୟ ମାନଙ୍କ ଲାଗି ନିଶ୍ଚିତ ଭାବେ ପ୍ରେରଣା ଦାୟକ ହେବ ବୋଲି ଆଶା।

Leave A Reply

Your email address will not be published.