ସେଭ ଓଡିଶା ଚେରୀଟାବୁଲ ସଙ୍ଗଠନ ପକ୍ଷରୁ ରାଉରକେଲା ରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।

0 288

“ସଡକ ସୁରକ୍ଷା ଜୀବନ ରକ୍ଷା”। ଏହା ସମସ୍ତେ ଜାଣିଥିଲେ ମଧ୍ୟ ଗାଡି ଚଳାଇଲା ବେଳେ ସଡକ ସୁରକ୍ଷା ନିୟମକୁ ବହୁ ଲୋକ ଉଲଙ୍ଘନ କରୁଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ନିୟମିତ ଭାବେ ସଡକ ସୁରକ୍ଷା ଉପରେ ସଚେତନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। ରବିବାର ଦିନ ସେଭ ଓଡିଶା ଚେରିଟାବୁଲ ସଙ୍ଗଠନ ପକ୍ଷରୁ ରାଉରକେଲା ରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସଂସ୍ଥାର ସଦସ୍ୟ ମାନେ ହାତରେ ପ୍ଲାକାର୍ଡ ଆଦି ଧରି ଗାଡି ଚଳାଇଲା ବେଳେ ଲୋକମାନଙ୍କୁ ହେଲମେଟ ପିନ୍ଧିବା , ସିଟ ବେଲ୍ଟ ପିନ୍ଧିବା ଉପରେ ସଚେତନ କରାଇଥିଲେ। ରାଉରକେଲା ଉଦିତନଗର ଆମ୍ବେଦକର ଛକ ନିକଟରୁ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା।

Leave A Reply

Your email address will not be published.