କୋଭିଡ ସମୟରେ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇଥିଲେ ।ଏବେ ପ୍ରାପ୍ୟ ଲାଗି ଧାରଣା ଦେଉଛନ୍ତି ।

0 459

କୋଭିଡ ର ଦୂତୀୟ ଲହର ସମୟରେ ବଣେଇ ବ୍ଲକରେ ଘରେ ଘରେ ବୁଲି ରନ୍ଧା ଖାଦ୍ୟ ଯୋଗାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଏପର୍ଯ୍ୟନ୍ତ ତାଙ୍କ ଟଙ୍କା ପାଇନାହାନ୍ତି ।

ବଣାଇ ବ୍ଲକର ୮ଟି ପଞ୍ଚାୟତର ୧୦ଟି ଗ୍ରୁପ ଗତ ତିନିମାସ ହେଲା ଖାଦ୍ୟ ବିତରଣରେ ଲଗାଇଥିବା ତାଙ୍କର ୨୯ ଲକ୍ଷ ୪୦ହଜାର ୫୪୪ ଟଙ୍କା ପାଇ ନାହାନ୍ତି ।ବାରମ୍ବାର ଟଙ୍କା ପାଇବାକୁ ନିବେଦନ କରି ବିଫଳ ହେବା ପରେ ଆଜି ବ୍ଲକ କାର୍ଯ୍ୟାଳୟ ଗେଟ ସମ୍ବୁଖରେ ଏସ ଏଚ ଜି ସଦସ୍ୟ ମାନେ ଧାରଣାରେ ବସିଥିଲେ ।ବଣେଇ ବ୍ଲକ ଅଧ୍ୟକ୍ଷା ପ୍ରଥମେ ଧାରଣାରତ ସଦସ୍ୟା ଙ୍କୁ ଅଣଦେଖା କରି ଚାଲି ଯାଇଥିବ ବେଳେ ପରେ ଆସି ବୁଝାସୁଝା କରିଥିଲେ । ଏହି ସମୟରେ ବଣେଇ ବି ଡି ଓ ଏକ ସ୍କୁଟି ରେ କାର୍ଯ୍ୟାଳୟ ଆସୁଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ତାଙ୍କୁ ଘେରି ଯାଇ ତାଙ୍କର ପ୍ରାପ୍ୟ ଶୀଘ୍ର ଦେବାକୁ ଦାବି କରିଥିଲେ । ଏ ବାବଦରେ ସେ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଇବା ସହ ଶୀଘ୍ର ପ୍ରାପ୍ୟ ପ୍ରଦାନ କରିବାକୁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Leave A Reply

Your email address will not be published.