ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ୨୫୦ ରୁ ଅଧିକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା
ରାଉରକେଲା ଇସ୍ପାତ କାରଖାନା ଏହାର କର୍ମଚାରୀ, ପାରିପାର୍ଶ୍ୱିକ ଅଞ୍ଚଳର ବାସିନ୍ଦା ତଥା ରାଉରକେଲାରେ ବସବାସ କରୁଥିବା ଗରୀବ ଓ ଅବହେଳିତ ଶ୍ରେଣୀର ଲୋକ ମାନଙ୍କ ସ୍ୱାସ୍ଥ୍ୟ ତଥା ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ର ଆଯୋଜନ କରି ଆସୁଛି ।
ଏହି କ୍ରମ ରେ ପାରିପାର୍ଶ୍ୱିକ ଅଞ୍ଚଳର ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ସୁବିଧା ଯୋଗାଇଦେବା ପାଇଁ ସିଏସଆର ବିଭାଗ ଏବଂ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ ମିଳିତ ଭାବରେ ସେପ୍ଟେମ୍ବର ୭ ତାରିଖରେ ଝିରପାଣିଠାରେ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜିତ ହୋଇଥିଲା।
ଆର ଏସ ପି ର ନୂତନ ମୋବାଇଲ୍ ମେଡିକାଲ୍ ୟୁନିଟ୍ ଏହି ପରି ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇବାରେ ଅତ୍ୟନ୍ତ ସହାୟକ ସାବ୍ୟସ୍ତ ହୋଇଛି। ଏହି ଅବସର ରେ ୧୫୦ରୁ ଅଧିକ ବ୍ୟକ୍ତିଙ୍କୁ ଆଇଜିଏଚ୍ ର ଓ ଏଣ୍ଡ ଜି ବିଭାଗ ର ଡାକ୍ତର ସତ୍ୟଜିତ ମିଶ୍ର ଏବଂ ଶିଶୁରୋଗ ବିଭାଗ ର ଡାକ୍ତର ୟୋଗେଶ ପରୀକ୍ଷା କରିଥିଲେ।
ଏହାପୂର୍ବରୁ ୩ ସେପ୍ଟେମ୍ବରରେ ସେକ୍ଟର -୬ ରେ ଆଉ ଏକ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ୧୦୦ରୁ ଅଧିକ ବ୍ୟକ୍ତିଙ୍କୁ ଆଇଜିଏଚ୍ ର ମେଡିସିନ୍ ବିଭାଗ ର ଡାକ୍ତର ଆଦିତ୍ୟ ଦାସ ଏବଂ ଶିଶୁରୋଗ ବିଭାଗର ଡାକ୍ତର ପୁନମ୍ ଏକ୍କା ପରୀକ୍ଷା କରିଥିଲେ।
ଉଭୟ ଶିବିର ରେ ରକ୍ତ ଶର୍କରା ଏବଂ ଅନ୍ୟାନ୍ୟ ବାୟୋ କେମେଷ୍ଟ୍ରି ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପାଥୋଲୋଜିଷ୍ଟ ଶ୍ରୀ ଜେ କେ ମାଜି ଙ୍କ ଦ୍ୱାରା ରକ୍ତ ପରୀକ୍ଷା ମଧ୍ୟ କରାଯାଇଥିଲା । ଆଇଜିଏଚ ର ଫାର୍ମାସିଷ୍ଟମାନେ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରିଥିଲେ।
ଏହି ଅବସରରେ ଡେଙ୍ଗୁ ଉପରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବମ ଡେଙ୍ଗୁ ସଚେତନତା ସମ୍ବନ୍ଧୀୟ ଲିଫଲେଟ୍ ମଧ୍ୟ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସିଏସ୍ଆର୍ ର ଜିଏମ୍ ଶ୍ରୀମତୀ ମୁନମୁନ ମିତ୍ରା ଏବଂ ଡିଜିଏମ୍ ଶ୍ରୀ ଦୁଷ୍ମ୍ଂତ ପ୍ରଧାନ ସଂଯୋଜନା କରିଥିଲେ।