ବଡ଼ଗାଁ ବଜ଼ାରରେ ଖାଦ୍ୟ ସୁରକ୍ଷା ବିଭାଗ,ପୋଲିସ,ଅବକାରୀ ବିଭାଗର ମିଳିତ ଚଢ଼ାଉ।। ନିମ୍ନମାନର ଶସ୍ , ରଙ୍ଗ , ବାସି ଖାଦ୍ୟ ନଷ୍ଟ କରାଗଲା।
ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ବଜ଼ାରରେ ସ୍ୱାସ୍ଥ୍ୟ ବିଭାଗ , ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ ରେ ବହୁ ଖାଦ୍ୟ ଅନୁପଯୋଗୀ ସାମଗ୍ରୀ ନଷ୍ଟ କରିଦିଆଯାଇଛି।
ଖାଦ୍ୟ ସମଗ୍ରୀ ଆଇନ ଖିଲାପକାରୀ ଙ୍କ ଠାରୁ ୫ ହଜାର ୪୦୦ ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଇଛି। ମୁଖ୍ୟତଃ ଖାଦ୍ୟ ଅନୁପଯୋଗୀ ରଙ୍ଗ , ସସ , ବାସି ଖାଦ୍ୟ ଆଦି ଜବତ କରି ନଷ୍ଟ କରିଦିଆଯାଇଥିଲା। ବଡ଼ଗାଁ ବଜ଼ାର ରେ ବହୁ ପରିମାଣର ନିମ୍ନ ଗୁଣାତ୍ମକ ଶସ , ରଙ୍ଗ ଆଦି ବିକ୍ରି ହେଉଥିବା ଏବଂ ଖାଦ୍ୟ ସାମଗ୍ରୀରେ ବ୍ୟବହାର ହେଉଥିବା ଅଭିଯୋଗ ପାଇବା ପରେ ଏହି ମିଳିତ ଚଢ଼ାଉ କରାଯାଇଥିଲା।

