ଶିଳିପୁଆରେ ଛେଚି ନାବାଳିକା ଝିଅକୁ ମା ହତ୍ୟା କରିଥିବା ଅଭିଯୋଗ।। ଅନର କିଲିଙ୍ଗ ସନ୍ଦେହ।। ସୁନ୍ଦରଗଡ଼ ହେମଗିରି ଥାନା ଅଞ୍ଚଳର ଘଟଣା।।

0 314

ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ୧୭ ବର୍ଷୀୟା ନାବାଳିକା ଝିଅକୁ ଶିଳିପୁଆ ରେ ଛେଚି ତାର ଜନ୍ମକଲା ମା ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ହେମଗିରି ଥାନା ଅଧୀନରେ ଥିବା କଳାମେଘା ସ୍ଥିତ ଏନଟିପିସି ଥଇଥାନ ଏବଂ ପୁନର୍ବାସ କଲୋନୀରେ ଘଟିଛି ଏହି ଘଟଣା। ଏହା ଅନର କିଲିଙ୍ଗ ହୋଇପାରେ ବୋଲି ସନ୍ଦେହ ପ୍ରକାଶ ପା

ଇଛି।

ମିଳିଥିବା ସୂଚନା ଅନୁଯାୟୀ ମୃତକ ଝିଅ ତା ମା ସହିତ ଏହି ଏନଟିପିସି କଲୋନୀରେ ରହୁଥିଲା। ପୂର୍ବରୁ ଝିଅର ବାପାଙ୍କ ମୃତ୍ୟୁ ହୋଇଯାଇଛି। ହତ୍ୟାକାଣ୍ଡ ପୂର୍ବ ରାତିରେ ଝିଅ ମୋବାଇଲ ଫୋନରେ କାହା ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ କଥା ହେଉଥିଲା। ଏହାକୁ ନେଇ ମା ଝିଅଙ୍କ ମଧ୍ୟରେ ସକାଳେ ବଚସା ହୋଇଥିଲା। ଏହି ଘଟଣାରେ ଉତକ୍ଷିପ୍ତ ହୋଇ ମା ଏକ ଶିଳିପୁଆରେ ଝିଅର ମୁହଁକୁ ଛେଚି ଦେଇଥିଲା। ଘଟଣା ସ୍ଥଳରେ ଝିଅର ମୃତ୍ୟୁ ହୋଇଯାଇଥିଲା। ମୃତ ଝିଅର ଶବକୁ ତାର ମା ଘୋଡାଇଦେଇ ବିଛଣାରେ ରଖିଦେଇଥିଲା। ପରେ ତାଙ୍କ ଝିଅକୁ କେହି ମାରିଦେଇଛି ବୋଲି ପାଖ ପଡୋଶୀ ଙ୍କୁ କହିଥିଲା। ଗାଁର ୱାର୍ଡ ମେମ୍ବର ଏ ବାବଦରେ ପୋଲିସକୁ ଖବର ଦେଇଥିଲେ। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ ଝିଅର ମା ରାସାୟନିକ ସାର ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୋଲିସ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲୁଛି। ଏହି ହତ୍ୟାକାଣ୍ଡକୁ କେହିକେହି ଅନର କିଲିଙ୍ଗ କହୁଥିବା ବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କେହିକେହି ସନ୍ଦେହ କରୁଛନ୍ତି। ତେବେ ପୋଲିସ ସବୁ ଦିଗରୁ ତଦନ୍ତ ଜାରିରଖିଛି।

Leave A Reply

Your email address will not be published.