ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ର ତାରିଣୀ ମନ୍ଦିର ନିକଟରେ ଏକ ଟ୍ରକ ଓ ସ୍କୁଟି ଧକ୍କା ହେବା ଫଳରେ ସ୍କୁଟିରେ ଥିବା ୩ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ୪ଟା ସମୟରେ ଗମଲେଇ ହାଟ ସାରି ଦର୍ଜିଂ ପଞ୍ଚାୟତ ଢେଙ୍କିଆମ ଗ୍ରାମକୁ ସ୍କୁଟି ଯୋଗେ ଫେରୁଥିବା ବେଳେ ଶୁକ୍ରା ଓରାମ, ହାଲିଆ ଓରାମ ଓ ଗଣେଶ ଓରାମ ଏକ ସ୍କୁଟି ଓଡି ୧୪ – ୮୪୯୪ ଯୋଗ ଘରକୁ ଯାଉଥିଲେ। ଏହି ସମୟରେ ଓଡି ଜିରୋ ୪-ଏମ ୩୫୨୮ ନମ୍ବର ର ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଧକ୍କାରେ ତିନି ଯୁବକ ରାସ୍ତା ଉପରକୁ ଛିଟିକି ପଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସ ଖବର ଦେବା ସହ ଆହତଙ୍କୁ ଉଦ୍ଧାର କରି ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ ପଠାଇଥିଲେ । ଗଣେଶ ଓରାମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଲହୁଣିପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।