ରାଜଗାଙ୍ଗପୁର ରୁ ଅପହୃତ ନବଳିକାକୁ ଦୁଇବର୍ଷ ପରେ ରାଜସ୍ଥାନରୁ ଉଦ୍ଧାର କଲା ପୋଲିସ।। ଅପହରଣ ଅଭିଯୋଗରେ ୩ ଜଣ ମହିଳା ଗିରଫ।
ଜଣେ ନବଳିକାକୁ ଅପହରଣ କରି ରାଜସ୍ଥାନରେ ବିକ୍ରି କରି ଦିଆଯାଇଥିବା ବେଳେ ପୋଲିସ ଉକ୍ତ ନାବାଳିକାଙ୍କୁ ଦୀର୍ଘ ଦୁଇବର୍ଷ ପରେ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି । ଅପହରଣ କରି ମନ୍ଦ ଉଦ୍ଦେଶ୍ୟରେ ରାଜସ୍ଥାନ ରେ ବିକ୍ରି କରିଥିବା ଅଭିଯୋଗରେ ୩ ଜଣ ମହିଳାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ରାଜଗାଙ୍ଗପୁର ର ଜଣେ ନାବାଳିକା କୁ ୨୦୧୯ ଡିସେମ୍ବର ମାସରେ ଅପହରଣ କରାଯାଇଥିଲା। ଏ ବାବଦରେ ପରିବାର ପକ୍ଷରୁ ରାଜଗାଙ୍ଗପୁର ଥାନାରେ ଏତେଲା ଦିଆଯିବା ପରେ ପୋଲିସ ଅପହରଣ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ଉକ୍ତ ନାବାଳିକାଙ୍କୁ ରାଜସ୍ଥାନ ନିଆଯାଇଥିବା ପୋଲିସ ତଦନ୍ତରୁ ଜାଣି ପାରିଥିଲେ। ପୋଲିସ ର ଏକ ଟିମ ନାବାଳିକାଙ୍କୁ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତିକି ନାହିଁ ପୋଲିସ ତାର ତଦନ୍ତ କରୁଛି।