ବରିଷ୍ଠ କଂଗ୍ରେସ ନେତାଙ୍କ “ଆସ ବସ୍ତିକୁ ଯିବା” କାର୍ଯ୍ୟକ୍ରମ।। ବିଭିନ୍ନ ସମସ୍ୟା ନେଇ ଆର ଏସ ପି ସହର ପ୍ରଶାସକ ଙ୍କ ସହ ଆଲୋଚନା।

0 475

ବରିଷ୍ଠ କଂଗ୍ରେସ ନେତା ତଥା ରଘୁନାଥପାଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଯୁବ ବର୍ଗ ଙ୍କୁ ନେଇ “ଆସ ବସ୍ତି କୁ ଯିବା” କାର୍ଯ୍ୟକ୍ରମ ରେ ପ୍ରାୟ ୭ ମାସ ଧରି ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବସ୍ତି ଅଞ୍ଚଳ ବୁଲୁଛନ୍ତି।

ଏହି ସମୟରେ ବସ୍ତି ବାସିନ୍ଦା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସେମାନଙ୍କ ବ୍ଯକ୍ତିଗତ ସମସ୍ୟା ସମାଧାନ କରିବା କୁ ଯାଇ ସେମାନଙ୍କୁ ସରକାରୀ ଯୋଜନା ମାଧ୍ୟମରେ କିପରି ସୁଫଳ ମିଳିବ ସେ ନେଇ ନିରନ୍ତର ପ୍ରକ୍ରିୟା ଚାଲୁ ରହିଛି।ଏଥିସହ ବସ୍ତି ର ସାମୁହିକ ସମସ୍ୟା ଲୋକେ ଜଣାଉଥିବା ବେଳେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାନ୍ତ ସେଠୀ ଉଦ୍ୟମ କରୁଛନ୍ତି। ରାଉରକେଲା ଇସ୍ପାତ କାରଖାନା ର ସହର ପ୍ରଶାସକ ତଥା ସିଜିଏମ ଅଜୟ ନାୟକ ଙ୍କୁ ଭେଟି ସମସ୍ୟା ସମାଧାନ ପାଇଁ ଆଲୋଚନା କରିଥିଲେ। ପ୍ରମୁଖ ସମସ୍ୟା ମଧ୍ୟରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ର ସମସ୍ତ ବସ୍ତି ର ରାସ୍ତାଘାଟ ରେ ଆଲୋକିକରଣ, ବସ୍ତି ର ବିଭିନ୍ନ ସ୍ଥାନରେ ଜମା ହୋଇଥିବା ଆବର୍ଜ୍ଜନା କୁ ଉଠାଇବା ସହ ଅନେକ ସ୍ଥାନରେ ସର୍ବସାଧାରଣ ଙ୍କ ପାଇଁ ଶୈଚାଳୟ ନିର୍ମାଣ ଉପରେ ଗୁରୁତ୍ବ ଦେଇଥିଲେ। ଆବର୍ଜନା ନ ଉଠିବାରୁ ନାଳ ବନ୍ଦ ହୋଇ ରାସ୍ତା ଉପରେ ପାଣି ଚାଲୁଛି ଫଳରେ ପରିବେଶ ଅସ୍ୱାସ୍ଥ୍ୟକର ହେବା ସହ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ବ୍ୟାପୁଛି। ସେହିପରି ରାସ୍ତା ରେ ଆଲୋକ ନଥିବାରୁ ଅସମାଜିକ ତତ୍ତ୍ଵ ଙ୍କ ଉତ୍ପାତ ବୃଦ୍ଧି ପାଉଛି ଓ ବସ୍ତିବାସିନ୍ଦା ନିଜକୁ ସୁରକ୍ଷିତ ମଣୁନାହାଁନ୍ତି।ସିଜିଏମ ସମସ୍ୟା ର ଗୁରୁତ୍ଵ ବୁଝି ପ୍ରଥମିକ ପର୍ଯ୍ୟାୟରେ ଅଳିଆ ଆବର୍ଜ୍ଜନା ଉଠାଇବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

ନିର୍ମାଣଧୀନ ସୁଲଭ ଶୈଚାଳୟ ର ରକ୍ଷଣାବେକ୍ଷଣ ଠିକ୍ ରେ ହେଉନଥିବାରୁ ଏହା ର ଦାୟିତ୍ଵ ଆରଏସପି ଆଗାମୀ ଦିନରେ ନେବ। ସେହିପରି ନୂତନ ଶୈଚାଳୟ ନିର୍ମାଣ ପାଇଁ ଆବଶ୍ୟକୀୟ ଅନୁମତି ପାଇଁ ସେ ବିଭାଗୀୟ ମୁଖ୍ୟ ଙ୍କୁ ଜଣାଇଛନ୍ତି ସେଠାରୁ ଅନୁମତି ମିଳିଲେ ଉଚିତ ସ୍ଥାନ ନିର୍ଣ୍ଣୟ କରି ଏହାକୁ ପ୍ରାଥମିକତା ଭିତ୍ତି ରେ କରାଯିବ। ରାସ୍ତା ଆଲୋକିକରଣ ସମ୍ବନ୍ଧରେ ସେ ସରକାର ଙ୍କ ଟିପୁଲ ବିଦ୍ୟୁତ ବିଭାଗ ଓ ଆରଏମସି କମିଶନର ଙ୍କ ସହ ଆଲୋଚନା ପରେ ଉଚିତ ବ୍ଯାବସ୍ଥା ଗ୍ରହଣ କରିବେ ବୋଲି କହିଥିଲେ। ଏହି ସାକ୍ଷାତ ଆଲୋଚନା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ସରୋଜ ଲେଙ୍କା,ଯୁବ ବର୍ଗ ମଧ୍ୟରେ ବିଶ୍ଵ ରଞ୍ଜନ ରାଉତ, ବିଶ୍ବଜିତ ସାହୁ, ସୈାମ୍ଯକାନ୍ତ ଦଳ, ସରୋଜ ନାୟକ, ଶାନ୍ତନୁ ଦାସ,ପ୍ରଦୀପ ଦାସ,ସୀମାଞ୍ଚଳ ଖଣ୍ଡୁଆଳ,ଜିତେନ ମାଛକଣ୍ଡ,ଶୁସାନ୍ତ ବିଷୋୟୀ,ଦୀପକ ସାହୁ,ଦେବୀ ପ୍ରସାଦ ଦାସ, ମଧୁସୂଦନ ଦାସ ଓ ଜୟ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.