ହାତୀବାରି ପରେ ବିରମିତ୍ରପୁର ରେ ପଶିଗଲା ଗୋଠଛଡା ଦନ୍ତାହାତୀ।।ଲୋକେ ଆତଙ୍କିତ।। ହାତୀ ଗତିବିଧି ଉପରେ ନଜର ରଖିଛି ବନବିଭାଗ।

0 563

ବିରମିତ୍ରପୁର ଅଞ୍ଚଳରେ ଏବେ ଏକ ଗୋଠଛଡା ଦନ୍ତା ହାତୀ ର ଆତଙ୍କ ଜାରି ରହିଛି। ମଙ୍ଗଳବାର ଦିନରେ ହାତୀବାରି ଅଞ୍ଚଳରେ ଏହି ଦନ୍ତା ହାତୀଟି ବୁଲୁଥିବା ବେଳେ ରାତିରେ ବିରମିତ୍ରପୁର ଟାଉନ ରେ ପ୍ରବେଶ କରିଥିଲା

। ଦନ୍ତାକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଥିଲେ। ଗୋଠ ଛଡା ହୋଇ ହାତୀଟି ଏକା ବୁଲୁଥିବାରୁ ସ୍ଥାନୀୟ ବାସିନ୍ଦା ଅଘଟଣ ର ଆଶଙ୍କା କରି ବନବିଭାଗ କୁ ଖବର ଦେଇଥିଲେ। ଖବରପାଇ ବନବିଭାଗ କର୍ମଚାରୀ ମାନେ ଦନ୍ତା କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ଆଜି ଦନ୍ତା ହାତୀଟି ରାଏବଗା ଅଞ୍ଚଳ ରେ ଥିବା ସୂଚନା ରହିଛି। ବନବିଭାଗ କର୍ମଚାରୀ ମାନେ ଏହି ଗୋଠଛଡ଼ା ଦନ୍ତା ର ଗତିବିଧି ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.