୧୬ ଏବଂ ୧୭ ଡିସେମ୍ବର ରେ ଦୁଇଦିନିଆ ବ୍ୟାଙ୍କ ବନ୍ଦ ଡାକରା।। ଗ୍ରାହକ ସେବା ପ୍ରଭାବିତ।

0 305

ଇଉନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିୟନ ପକ୍ଷରୁ ୧୬ ଏବଂ ୧୭ ଡିସେମ୍ବର ଦୁଇଦିନ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି। ସରକାର କେତେକ ଜାତୀୟକରଣ ବ୍ୟାଙ୍କକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ବିରୁଦ୍ଧରେ ଏହି ବନ୍ଦ ଡାକରା ଦିଆଯାଇଛି।

ସାରା ଦେଶରେ ବ୍ୟାଙ୍କ ବନ୍ଦ ଡ଼ାକରା ଯୋଗୁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଥିବା ବେଳେ ଓଡିଶା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଘରୋଇକରଣ ବିରୁଦ୍ଧରେ ରାଉରକେଲା ରେ ବ୍ୟାଙ୍କ କର୍ମଚାରୀ ମାନେ ଷ୍ଟେଟ ବ୍ୟାଙ୍କ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମିଳିତ ବ୍ୟାଙ୍କ କର୍ମଚାରୀ ସଙ୍ଘ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଘରୋଇକରଣ କୁ ତୀବ୍ର ବିରୋଧ କରାଯାଇଥିଲା। ଆନ୍ଦୋଳନରେ ଯୋଗଦେବାକୁ କର୍ମଚାରୀ ମାନଙ୍କୁ ବ୍ୟାଙ୍କ ପକ୍ଷରୁ ନିବେଦନ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିନଥିଲା। ଅନ୍ୟପକ୍ଷରେ ବ୍ୟାଙ୍କ ଗୁଡିକ ଦୁଇଦିନ ଧରି ବନ୍ଦ ରହୁଥିବାରୁ ଗ୍ରାହକ ସେବା ଭୀଷଣ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏତଦବ୍ୟତୀତ ଦୀର୍ଘ ଦଶ ଦିନ ଧରି ସହରର ଅଧିଙ୍କାଶ ଏଟିଏମ ଅଚଳ ଥିବାରୁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ଲୋକମାନେ ଟଙ୍କା ଉଠାଇବାକୁ ସମସ୍ୟା ଭୋଗ କରୁଛନ୍ତି। ଏଟିଏମ ରେ ଟଙ୍କା ଭର୍ତ୍ତି କରୁଥିବା ସଂସ୍ଥାର କର୍ମଚାରୀଙ୍କ
ଷ୍ଟ୍ରାଇକ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

Leave A Reply

Your email address will not be published.