କଂଗ୍ରେସ ପକ୍ଷରୁ ରାଉରକେଲାଏସ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।। ଭୁବନେଶ୍ୱରରେ କଂଗ୍ରେସ ଭବନରେ ପଶି ପୋଲିସ ମାଡ ମାରିବା ପ୍ରତିବାଦରେ ବିକ୍ଷୋଭ।

0 309

ରାଉରକେଲା ଏସ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଦିନ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଏବଂ ରାଜ୍ୟରେ ପୋଲିସ ଅତ୍ୟାଚାର ବିରୁଦ୍ଧରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି

। ଗତ ଦଶ ତାରିଖ ଦିନ ମମିତା ମେହେର ଘଟଣା ରେ ଦିବ୍ୟଶଙ୍କର ଙ୍କ ଇସ୍ତଫା ଦାବି ରେ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ରେ ଆନ୍ଦୋଳନ କରାଯାଇଥିଲା। ପୋଲିସ କଂଗ୍ରେସ କର୍ମୀଙ୍କୁ ଲାଠିମାଡ କରିବା ସହ କଂଗ୍ରେସ କଯ୍ୟାଳୟ ରେ ପଶି କର୍ମୀ ମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସର ଏହି ଅତ୍ୟାଚାର ବିରୁଦ୍ଧରେ ଆଜି ସାରା ରାଜ୍ୟରେ ପ୍ରତିବାଦ କରାଯାଉଛି । ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ୟ ଏହି ସନ୍ଦର୍ଭରେ ଏକ ପ୍ରତିବାଦ ବିକ୍ଷୋଭ ଏସ ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଥିଲା। ଦିବ୍ୟଶଙ୍କର ମିଶ୍ର ଇସ୍ତଫା ନଦେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.