ହାତିବାରୀ ଅଞ୍ଚଳରେ ଦିନରେ ରେ ପଶିଲା ଗୋଠଛଡା ଦନ୍ତା।। ଗ୍ରାମବାସୀ ଆତଙ୍କିତ।।

0 473

ସୁନ୍ଦରଗଡ଼ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ହାତୀ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ହାତୀ ଦଳ ରାତିରେ ଗ୍ରାମରେ ପଶି ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିଲେ।

ଏବେ କିନ୍ତୁ ଦିନରେ ଗ୍ରାମ ଭିତରେ ହାତୀ ପଶୁଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ମଙ୍ଗଳବାର ଦିନ ସକାଳ
୯ ଟାରେ ଗୋଟିଏ ଦନ୍ତା ହାତୀ ଗୋଠଛଡା ହୋଇ ହାତୀବାରିର କୁସୁମଟୋଲି ଅଞ୍ଚଳର ଓଲ୍ହାଣି ଗ୍ରାମରେ ପଶି ଯାଇଥିଲା। ଦନ୍ତା ହାତୀ କୁ ଦେଖି ଗାଁ ରେ ଲୋକମାନଙ୍କର କବାଟ ତାଟି ପଡିଯାଇଥିଲା। ଦୋକାନ ବଜ଼ାର ମଧ୍ୟ ବନ୍ଦ ହୋଇଯାଇଥିଲା। ଗ୍ରାମର କିଛି ଯୁବକ ଦନ୍ତାକୁ ଗାଁ ବାହାରକୁ ନେବାକୁ ଉଦ୍ୟମ କରିଥିଲେ।
ଗୋଠଛଡ଼ା ଦନ୍ତାହାତୀ କୁ ଘଉଡାଇବାକୁ ବନବିଭାଗକୁ ଖବର ଦିଆଯାଇଛି।

Leave A Reply

Your email address will not be published.