ପାଞ୍ଚ ଜଣ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ କ୍ଲାସ ବନ୍ଦ ।

0 340

ରାଜ୍ୟ ର ଢେଙ୍କାନାଳ ଏବଂ ବରଗଡ ରେ ଦୁଇଟି ସ୍କୁଲ ରେ ଗତକାଲି 32 ଜଣ ଛାତ୍ରଛାତ୍ରୀ କୋଭିଡ ପଜେଟିଭ ଚିହ୍ନଟ ହେବା ପରେ ଆଜି ସୁନ୍ଦରଗଡ଼ ଜିଲ୍ଲା ବଣେଇ ର ଇନ୍ଦ୍ରପୁର ହାଇସ୍କୁଲ ରେ ପାଞ୍ଚ ଜଣ ଛାତ୍ର ଛାତ୍ରୀ କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ହାଇସ୍କୁଲ ର ନବମ ଏବଂ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ସ୍କୁଲ କୁ ଆସୁଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ପ୍ରତ୍ୟେକ ସ୍କୁଲ ରେ କୋଭିଡ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ର ଇନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସରସରା ଡାକ୍ତରଖାନା ର ଏକ ଟିମ ସ୍କୁଲ ରେ ପହଂଚି ନବମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କୁ ଆଣ୍ଟିଜେନ ଟେଷ୍ଟ କରିଥିଲେ l ସମୁଦାୟ ଉପସ୍ଥିତ 37 ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ଆଜି 15ଜଣ ଙ୍କୁ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ତିନି ଜଣ ଝିଅ ଏବଂ 2 ଦୁଇ ଜଣ ପୁଅ କରୋନା ପଜିଟିଭ ଚିହ୍ନଟ ହୋଇ ଥିଲେ l ସେମାନଙ୍କୁ ଔଷଧ ଦେଇ ଘରକୁ ପଠାଇ ଦେଇ ଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା ପରେ ଉକ୍ତ କ୍ଲାସ କୁ ବନ୍ଦ କରାଯାଇଛି ବୋଲି ସ୍କୁଲ ର ପ୍ରଧାନ ଶିକ୍ଷକ କହିଛନ୍ତି l

Leave A Reply

Your email address will not be published.