ରେଜଲ୍ଟ ରେ ତ୍ରୁଟି ଅଭିଯୋଗ । ଆଡମିଶନ ରୁ ଛାତ୍ରଛାତ୍ରୀ ବଞ୍ଚିତ ।

0 304

ଶିକ୍ଷା ବିଭାଗର ଖାମଖିଆଲି ନୀତି ଯୋଗୁଁ ରାଉରକେଲା ମୁନିସିପଲ କଲେଜ ର 30 ଜଣ ଛାତ୍ର ଛାତ୍ରୀଙ୍କ ଏକ ବର୍ଷ ପାଠ୍ୟକ୍ରମ ନଷ୍ଟ ହେବାକୁ ଯାଉଛି । ଜୁଲାଇ 31 ତାରିଖରେ ପ୍ଲସ 2 କ୍ଲାସ ରେଜଲ୍ଟ ବାହାରିଥିଲା । ଯେଉଁ ଛାତ୍ର ଛାତ୍ରୀ ମାନେ ଏହି ରେଜଲ୍ଟ ରେ ପାସ କରିଥିଲେ ସେହିମାନେ ପୁଣି ଅନ୍ୟ ଏକ ରିଭାଇଜ଼ ରେଜଲ୍ଟ ରେ ଫେଲ ହୋଇଥିବା ଜଣା ପଡିଥିଲା । ଆଜି ଯେତେ ବେଳେ ଛାତ୍ର ଛାତ୍ରୀ ମାନେ ପାସ ମାର୍କଶିଟ ସହ ଆଡମିଶନ ଲାଗି ଅନଲାଇନ ରେ ଆବେଦନ କଲେ ସେତେବେଳେ ସେମାନେ ଫେଲ ହୋଇଥିବା ଜାଣିପାରିଥିଲେ । ଏ ବାବଦରେ ଛାତ୍ର ଛାତ୍ରୀ ମାନେ କଲେଜ ର ଅଧ୍ୟକ୍ଷ ଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ କିଛି କରିପାରିବେ ନାହିଁ ବୋଲି କହିଥିଲେ । ଏବେ ଛାତ୍ରଛାତ୍ରୀ ମାନେ ତାଙ୍କ ଭବିଷ୍ୟତ କୁ ନେଇ କଣ କରିବେ କିଛି ବୁଝି ପାରୁନାହାନ୍ତି । ସେମାନଙ୍କ ରେଜଲ୍ଟ କୁ ଠିକ କରି ଏଡ଼ମିଶନ ଲାଗି ରାସ୍ତା ବାହାର କରିବା ଲାଗି ଛାତ୍ର ଛାତ୍ରୀ ମାନେ ନିବେଦନ କରିଛନ୍ତି ।

Leave A Reply

Your email address will not be published.