ସୁନ୍ଦରଗଡ଼ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ କୋଭିଡ ଟୀକା ନେଵାଲାଗି ଲୋକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଯାଉଛି । ଏଥିଲାଗି ବିଭିନ୍ନ ଟିକାଦାନ କେନ୍ଦ୍ରରେ ବେଶ ଭିଡ଼ ହେଉଛି । ବଣେଇ ଉପଖଣ୍ଡର ବିଭିନ୍ନ ସ୍ଥାନରେ ରାତି ଅନିଦ୍ରା ରହି ଲୋକମାନେ ଟୀକା ନେବା ଲାଗି ଜଗି ରହିଥିବା ବେଳେ ଏବେ ଜିଲ୍ଲାର କୁତ୍ରା ବ୍ଲକ ରେ ଏପରି ସ୍ଥିତି ଦେଖା ଯାଉଛି । କୁତ୍ରାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କିଛି ଦିନ ହେବା ରାତି ଆଠ ଟା ପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ।ଦେଶରେ କରୋନା ର ଦ୍ୱିତୀୟ ଲହର ନ ଯାଉଣୁ ବର୍ତ୍ତମାନ ସମ୍ଭାବିତ ତୃତୀୟ ଲହର ଲୋକଙ୍କ ମନରେ ଭୟ ସୃଷ୍ଟି କଲାଣି। ତେଣୁ କୁତ୍ରା ଏବଂ ଆଖପାଖ ଅଞ୍ଚଳର ଲୋକେ କୁତ୍ରା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରାତି ପ୍ରାୟ ଆଠ ଟା ବେଳୁ ମସିଣା ଚଟାଇ ଆଦି ପକାଇ ସକାଳ ହେଲେ ଟୋକନ ପାଇବା କୁ ଅପେକ୍ଷା କରି ରହୁଛନ୍ତି। ଅପର ପକ୍ଷରେ ପ୍ରତିଦିନ କେତେ ଡୋଜ ଦିଆଯିବ ସେ ସମ୍ପର୍କରେ ସଠିକ ଖବର ମିଳୁନଥିବାରୁ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ଟୀକା ନେଵାଲାଗି ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି ହେବା ନିଶ୍ଚିତ ଭାବେ ଏକ ଭଲ ଲକ୍ଷଣ । ଟୀକାକରଣ ର ଲକ୍ଷ ପୂରଣ ଲାଗି ପାର୍ଯ୍ୟାପ୍ତ ପରିମାଣର ଟୀକା ଯୋଗାଇ ଦେବାକୁ ଦାବି ହେଉଛି ।