ରାଉରକେଲା: ଦୀପାବଳିର ଖୁସି ପାଲଟିଲା ଶୋକରେ।। ବାଣ ବିସ୍ଫୋରଣରେ ପୋଡ଼ି ହୋଇ ୧୪ ବର୍ଷୀୟ ବାଳକ ଚିନ୍ମୟ ସାହୁଙ୍କ ମୃତ୍ୟୁ।। ରଘୁନାଥପାଲି ଥାନା ଅନ୍ତର୍ଗତ କୌଶଲ୍ୟା ବିହାରରେ ଘଟିଛି ଏହି ଦୁଃଖଦ ଘଟଣା।
ରାଉରକେଲାରେ ବାଣ ଫୁଟାଇବା ବେଳେ ଅଘଟଣ, ନିଆଁରେ ପୋଡ଼ି ହୋଇ ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ
ରାଉରକେଲା, ନଭେମ୍ବର ୯ (ସତ୍ୟାନ୍ୟୁଜ): ଦୀପାବଳିର ଖୁସି ମଧ୍ୟରେ ରାଉରକେଲାରେ ଘଟିଛି ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ବାଣ ଫୁଟାଉଥିବା ବେଳେ ନିଆଁରେ ପୋଡ଼ି ହୋଇ ଜଣେ ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଳକ ଜଣକ ହେଲେ ଚିନ୍ମୟ ସାହୁ।
ସୂଚନା ଅନୁଯାୟୀ, ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ କୌଶଲ୍ୟା ବିହାର ଅଞ୍ଚଳରେ ବାଣ ଫୁଟାଉଥିବା ସମୟରେ ହଠାତ୍ ଏକ ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ଚିନ୍ମୟ ଗୁରୁତର ଭାବେ ପୋଡ଼ି ଯାଇଥିଲେ।
ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍)କୁ ନିଆଯାଇଥିଲା। ତେବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଚିନ୍ମୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏହି ଅକାଳ ମୃତ୍ୟୁ ଘଟଣାକୁ ନେଇ କୌଶଲ୍ୟା ବିହାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ଯାଞ୍ଚ ଚାଲିଛି।