ରାଉରକେଲା : ସୁନା ଦୋକାନ ମାଲିକଙ୍କୁ ଉଠାଇ ନେଲା ପୋଲିସ।। ଛେଣ୍ଡ୍ କଲୋନୀ ରୁ ଚୋରି ହୋଇଥିବା ସୁନା ଗହଣା କିଣିଥିବା ଅଭିଯୋଗରେ କାର୍ଯ୍ୟନୁଷ୍ଠାନ।
ରାଉରକେଲା : ୯/୧୧
ସତ୍ୟାନ୍ୟୁଜ) ରାଉରକେଲା
ଛେଣ୍ଡ୍ ଥାନା ପୋଲିସ ଆଜି ସହରର ଏକ ଜୁଏଲାରୀ ଦୋକାନ ମାଲିକ ଙ୍କୁ ଉଠାଇ ନେଇଥିବା ବେଳେ ଦୋକାନକୁ ବନ୍ଦ କରି ଦେଇଛନ୍ତି। ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଥିବା କନକ ଅଳଙ୍କାର ଦୋକାନ ଉପରେ ପୋଲିସ୍ ଆଜି ପୂର୍ବାହ୍ନରେ ଚଢାଉ କରିଥିଲେ।
ଗତ ମାସ ଛେଣ୍ଡ କଲୋନୀରେ ଦୀପକ ମାଣିକ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିଲା। ପୋଲିସ୍ ତଦନ୍ତ କରି ଜଣେ ପୁରୁଣା ଦାଗୀ କୁ ଆଣି ତଦନ୍ତ କଲାପରେ ଆଉ ଜଣଙ୍କୁ ମଧ୍ୟ ଅଟକ ରଖିଛନ୍ତି। ଏହି ଚୋର ମାନେ ସହରର କେତେକ ସୁନା ଦୋକାନରେ ଗହଣା ବିକ୍ରି କରିଥିବା ପୋଲିସ୍ ଜାଣିବା ପରେ ଏହି ଚଢାଉ ଆରମ୍ଭ ହୋଇଛି। ଏହି ଚୋର ମାନେ କେତେକ ଫାଇନାନ୍ସ କମ୍ପାନୀରେ ସୁନା ରଖି ଲକ୍ଷାଧିକ ଟଙ୍କା ନେଇଥିବା ମଧ୍ୟ ଜଣା ପଡ଼ିଛି। ପୋଲିସ୍ ଲୁଟ୍ ଗହଣା ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି।