ରାଉରକେଲା : ୮ ଲକ୍ଷ ଟଙ୍କାର ଚୋରି ସୁନା ଗହଣା ଜବତ।। ଜୁଏଲାରୀ ମାଲିକଙ୍କ ସମେତ ୩ ଗିରଫ।। ଘର ଭାଙ୍ଗି ଚୋରି କରୁଥିବା ଗ୍ୟାଙ୍ଗ ର ପର୍ଦ୍ଦାଫାସ।

0 118

କନକ ଅଳଙ୍କାର ମାଲିକ ବିବେକ ପ୍ରସାଦ ଗିରଫ
ଘରେ ପଶି ଚୋରି କରୁଥିବା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍, ୩ ଗିରଫ
ଦୁଇ ଜଣ ଚୋରଙ୍କ ସହ ଚୋରି ସାମଗ୍ରୀ କିଣୁଥିବା ସୁନା ଦୋକାନୀ ଗିରଫ । ସୁନା ଅଳଙ୍କାର ସମେତ ଲାପଟପ୍ , ବାଇକ୍ , ସ୍କୁଟି ଜବତ।
ରାଉରକେଲା: ୧୦/୧୧(ସତ୍ୟାନ୍ୟୁଜ) ସହରରେ ଘରେ ପଶି ଚୋରି କରୁଥିବା ଏକ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍ କରିଛି ଛେଣ୍ଡ୍ ଥାନା ପୋଲିସ। ତିନୋଟି ଘର ଚୋରି ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣ ଅଭିଯୁକ୍ତ ଚୋରଙ୍କ ସମେତ ଚୋରି ସାମଗ୍ରୀ କିଣୁଥିବା ଜଣେ ସୁନା ଦୋକାନୀଙ୍କୁ ଗିରଫ କରିଛି। ଗିରଫ ଦୋକାନୀ ହେଉଛନ୍ତି କନକ ଅଳଙ୍କାରର ମାଲିକ ବିବେକ ପ୍ରସାଦ। ଏହାଛଡା ଚୋର ମାନେ ସୁନା ବନ୍ଧା ରଖି ଏକ ଫାଇନାନ୍ସ କମ୍ପାନୀରୁ ୪ ଲକ୍ଷ ଟଙ୍କା ଋଣ ନେଇଛନ୍ତି। ସେ ବାବଦରେ ମଧ୍ୟ ପୋଲିସ୍ ତଦନ୍ତ କରୁଛି ।
ଗିରଫ ଅଭିଯୁକ୍ତମାନେ ହେଲେ ସତ୍ୟେନ୍ଦ୍ର କୁମାର , ସିମରନ୍ ଓରଫ୍ ନାନକ ସିଂହ ଏବଂ କନକ ଅଳଙ୍କାରର ମାଲିକ ବିବେକ ପ୍ରସାଦ ।
ପୋଲିସ ସୂଚନା ଅନୁସାରେ, ଏହି ତିନି ଅଭିଯୁକ୍ତଙ୍କ ସମ୍ପୃକ୍ତି ତିନୋଟି ଘର ଚୋରି ଘଟଣାର ତଦନ୍ତ ବେଳେ ସାମ୍ନାକୁ ଆସିଥିଲା। ସିସିଟିଭି ଫୁଟେଜ୍ ଏବଂ ବୈଷୟିକ ପ୍ରମାଣ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିଥିଲା।
ସେମାନଙ୍କଠାରୁ ମୁଥୁଟ୍ ଫାଇନନ୍ସ କମ୍ପାନୀ ରାଉରକେଲା ଶାଖାରେ ବନ୍ଧକ ରଖାଯାଇଥିବା ପ୍ରାୟ ୫୦ ଗ୍ରାମ୍ ଓଜନର ଦୁଇଟି ସୁନା ହାର ସମେତ ପ୍ରାୟ ୩୦ ଗ୍ରାମ୍ ତରଳ ସୁନା ଜବତ ହୋଇଛି।
ଏହାସହ ଗୋଟିଏ ସ୍କୁଟି, ଗୋଟିଏ ମୋଟରସାଇକେଲ୍, ଲାପଟପ୍ ଓ ମୋବାଇଲ୍ ଫୋନ୍ ମଧ୍ୟ ପୋଲିସ ଜବତ କରିଛି।
ପ୍ରାୟ ବର୍ଷକ ତଳେ ତିନୋଟି ଘର ଚୋରି ଘଟଣାର ତଦନ୍ତରେ ଏହି ଗିରଫଦାରୀ ଛେଣ୍ଡ୍ ଥାନା ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ତେବେ ଯେଉଁ ମାନେ ଗୃହରେ ତାଲା ଦେଇ ଅଧିକ ସମୟ ପାଇଁ ବାହାରକୁ ଯାଉଛନ୍ତି ସେମାନେ ନିକଟସ୍ଥ ଥାନାରେ ସୂଚନା ଦେବାକୁ ରାଉରକେଲା ଏସପି ନୀତେଶ ୱାଧୱାନି ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.