ରାଉରକେଲା : ଆଇନ୍ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ନଭେମ୍ବର ୨୧, ୨୨ ରେ।। ଅତିଥି ଭାବେ ଯୋଗଦେବେ ହାଇକୋର୍ଟ ନ୍ୟାୟାଧୀଶ।

0 44

ରାଉରକେଲା : ୧୦/୧୧
(ସତ୍ୟାନ୍ୟୁଜ) ରାଉରକେଲା ଆଇନ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆସନ୍ତା ନଭେମ୍ବର ୨୧ , ୨୨ ଦୁଇଦିନ ଧରି ଆୟୋଜିତ ହେବାକୁ ଯାଉଛି। ୨୧ ତାରିଖ ଅପରାହ୍ନ ରେ ଜୟନ୍ତୀ ପାଳନ ଉତ୍ସବର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ମଧୁସୂଦନ ଆଇନ୍ ମହାବିଦ୍ୟାଳୟର କୁଳପତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି। ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ଅବସରରେ ହାଇକୋର୍ଟ ର କାର୍ଯ୍ୟରତ ମାନ୍ୟବର ନ୍ୟାୟାଧୀଶ ମଧ୍ୟ ଯୋଗ ଦେବେ। ଏହା ଛଡା ଜିଲ୍ଲାର ସମସ୍ତ ସାଂସଦ , ବିଧାୟକ , ନ୍ୟାୟପାଳିକା ଏବଂ ପ୍ରଶାସନିକ ଅଧିକାରୀ ଙ୍କୁ ମଧ୍ୟ ଆମନ୍ତ୍ରଣ କରା ଯାଇଛି। ୧୯୭୪ – ୭୫ ମସିହାରୁ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟ ବହୁ ସଂଘର୍ଷ ମଧ୍ୟରେ ଗତି କରି ଆଜି ୫୦ ବର୍ଷ ଅତିକ୍ରମ କରି ସୁବର୍ଣ୍ଣ ଜୟନ୍ତୀ ମନାଇବାକୁ ଯାଉଛି। ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ , ପୁରାତନ ଛାତ୍ରଛାତ୍ରୀ , କର୍ମଚାରୀ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ନିବେଦନ କରା ଯାଇଛି ।

Leave A Reply

Your email address will not be published.