ହକି ତାରକା ବିରେନ୍ଦ୍ର ଲାକ୍ରା ତାଙ୍କ ସରଳତା ଲାଗି ସବୁବେଳେ ଚର୍ଚ୍ଚାରେ ରହିବା ସହ ପ୍ରଶଂସକ ମାନଙ୍କ ପ୍ରିୟଭାଜନ ହୋଇଛନ୍ତି । ଏବେ ଟୋକିଓ ଅଲମ୍ପିକ ରେ ଉଲ୍ଲେଖନୀୟ ସଫଳତା ପାଇବା ପରେ ସୁନ୍ଦରଗଡ଼ ଏବଂ ରାଉରକେଲାରେ ସରକାରୀ ଏବଂ ବେସରକାରୀ ଭାବେ ଜିଲ୍ଲାର ଅନ୍ୟ ହକି ତାରକା ଙ୍କ ସହ ସମ୍ବର୍ଦ୍ଧିତ ହୋଇଛନ୍ତି । କିନ୍ତୁ ରବିବାର ଦିନ ବିରେନ୍ଦ୍ର ତାଙ୍କ ଜନ୍ମସ୍ଥାନ ଗୁରୁଣ୍ଡିଆ ବ୍ଲକ ର ଲଚଡ଼ା ଗ୍ରାମରେ ଦିଆ ଯାଇଥିବା ସମ୍ବର୍ଦ୍ଧନା ରେ ବେଶ ଆତ୍ମହରା ହୋଇପଡିଥିଲେ । ଗ୍ରାମବସୀ ମାନେ ପାରମ୍ପରିକ ବାଦ୍ୟ ଏବଂ ସଙ୍ଗୀତ ରେ ପାଛୋଟି ନେବା ଶାଳ ପତ୍ର ପକାଇ ତାଙ୍କୁ ସ୍ୱାଗତ କରଥିଲେ । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ସମତେ ବୀରେନ୍ଦ୍ର ଙ୍କ ମା ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ” ବହୁତ ଦିନ ପରେ ଗାଁକୁ ଆସିଛି , ମୋତେ ବହୁତ ଖୁସି ଲାଗୁଛି ଏବଂ ମୁ ଆଗରୁ ଯେପରି ଥିଲି ଏବେ ମଧ୍ୟ ସେହିପରି ଅଛି , ଏବେ ଆମେ ବ୍ରୋଞ୍ଚ ଆଣିଛୁ ଆଗାମୀ ଦିନରେ ଗୋଲ୍ଲଡ଼ ଆଣିବା ଲାଗି ଚେଷ୍ଟା କରିବୁ ବୋଲି ବୀରେନ୍ଦ୍ର କହିଥିଲେ