ବାଇକ ଉପରେ ଚଢ଼ିଗଲା ଟ୍ରେଲର:ସ୍ତ୍ରୀ ମୃତ , ସ୍ୱାମୀ ଗୁରୁତର : ବୁର୍ଲା ସ୍ଥାନାନ୍ତର

0 537

ସୁନ୍ଦରଗଡ଼ କଲେଜ ବାଇପାସ ରୋଡ଼ରେ ପ୍ରତିଦିନ ଶହ ଶହ କୋଇଲା ବୋଝେଇ ଟ୍ରକ ଯିବା ଆସିବା କରିଥାଏ । ଫଳରେ ଏହି ରୋଡ଼ରେ ଦୁର୍ଘଟଣା ଘଟି ସମୟେ ସମୟେ ଧନ ଜୀବନ ନଷ୍ଟ ହୋଇଥାଏ । କୌଣସି ଟ୍ରାଫିକ ବ୍ୟବସ୍ଥା ଏଠାରେ ନଥିବାରୁ ଟ୍ରକ ଏବଂ ଟ୍ରେଲର ଡ୍ରାଇଭର ମାନେ ମନ ଇଛା ଗାଡି ଚଳାଇଥାନ୍ତି । ଶନିବାର ରାତିରେ ଏକ କୋଇଲା ବୋଝେଇ ଟ୍ରେଲର ଧକ୍କାରେ ବାଇକ ରେ ଯାଉଥିବା କଇଁତରା ଅଞ୍ଚଳ ର ଏକ ଦମ୍ପତି ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିବା ବେଳେ ସ୍ୱାମୀ ଗୁରୁତର ଥିବାରୁ ଅଧିକ ଚିକିତ୍ସା ଲାଗି ବୁର୍ଲା ପଠା ଯାଇଛି । ଟାଉନ ଥାନା ପୋଲିସ ମାମଲାର ଅନୁସନ୍ଧାନ କରୁଥିବା ବେଳେ କଲେଜ ବାଇପାସ ରୋଡ଼ ରେ ଟ୍ରାଫିକ ପୋଲିସ ମୁତୟନ ଲାଗି ଦାବି ହେଉଛି ।

Leave A Reply

Your email address will not be published.