ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକ ର ତୁମକେଲା , ଶରଧାପୁର ଅଞ୍ଚଳ ରେ ଛୋଟବଡ଼ ସ୍ପଞ୍ଜ ଆଇରନ କାରଖାନା ସହ ପାୱାର ପ୍ଲାଣ୍ଟ ମଧ୍ୟ ରହିଛି । ଏହି କାରଖାନା ଗୁଡିକର ର ପ୍ରଦୂଷଣ ନିୟନ୍ତ୍ରଣ ହେଉନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଧାନ ବିଲ , କୂଅ , ପୋଖରୀ ସବୁ ଆଡେ କଳା ଗୁଣ୍ଡର ଅସ୍ଥରଣ । ପ୍ରଦୂଷିତ ଜଳ ଏବଂ ବାୟୁ ସେବନ କରି ସ୍ଥାନୀୟ ଲୋକମାନେ ବହୁ ଦୁରାରୋଗ ର ଶିକାର ହେଉଛନ୍ତି । ଏପରିକି ଉକ୍ତ ଅଞ୍ଚଳ ରେ କିଡ଼ିନି ଜନିତ ରୋଗ ମଧ୍ୟ ବ୍ୟାପୁଥିବା ଅଭିଯୋଗ ହେଉଛି । ଏବେ ଏହି ଅଞ୍ଚଳ ରେ ଆଉ ଏକ ପାୱାର ପ୍ଲାଣ୍ଟ ବସାଇବାକୁ ଏକ ଘରୋଇ କମ୍ପାନୀ ନିଷ୍ପତ୍ତି ନେଇଥିବାରୁ ସ୍ଥାନୀୟ ଲୋକ ମାନେ ପ୍ରଦୂଷଣ ଭୟରେ ଏହାକୁ ବିରୋଧ କରୁଛନ୍ତି । ପାଞ୍ଚଟି ସ୍ୱୟଂ ସହାୟକ ଗୋଷ୍ଟି ପକ୍ଷରୁ ଏହି ପାୱାର ପ୍ଲାଣ୍ଟ ସ୍ଥାପନ କୁ ବିରୋଧ କରାଯିବା ସହ ଏ ବାବଦରେ ଜିଲ୍ଲା ପ୍ରଶାଶନ କୁ ମଧ୍ୟ ପତ୍ର ମାଧ୍ୟମ ରେ ଅବଗତ କରାଯାଇଥିବା କହିଛନ୍ତି ଗ୍ରାମବାସୀ ।