ରାଉରକେଲା: ରବିବାର ଖୋଲା ରହିବ ବ୍ୟାଙ୍କ।। ୨୮ ରୁ ତିନି ଦିନିଆ ବ୍ୟାଙ୍କ୍ ଧର୍ମଘଟ ପାଇଁ ନିଆ ଯାଉଛି ଏହି ନିଷ୍ପତ୍ତି।

0 80

ରାଉରକେଲା: ୨୪/୯
(ସତ୍ୟାନ୍ୟୁଜ) ଆସନ୍ତା ରବିବାର ବ୍ୟାଙ୍କ ଖୋଲା ରହିବ। ଚଳିତ ମାସ ୨୮ ରୁ ହେବାକୁ ଥିବା ତିନିଦିନିଆ ବ୍ୟାଙ୍କ୍ ଧର୍ମଘଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆ ଯାଇଛି। ୨୭ ତାରିଖ ରବିବାର ଦିନ ସରକାରୀ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ୍ ଗୁଡ଼ିକ ଖୋଲା ରଖିବାକୁ ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ସାଧାରଣତଃ ରବିବାର ଛୁଟି ରହୁ ଥିବାରୁ ବ୍ୟାଙ୍କ୍ ଗୁଡ଼ିକ ବନ୍ଦ ରହିଥାଏ। ମାତ୍ର ୨୮ ତାରିଖରୁ ତିନିଦିନ ବ୍ୟାଙ୍କ୍ ବନ୍ଦ ରହୁଥିବାରୁ ୨୭ ତାରିଖ ଦିନ ସମସ୍ତ ବ୍ୟାଙ୍କ୍ ଶାଖା , କାର୍ଯ୍ୟାଳୟ , ଏଟିଏମ୍ ସଂଯୁକ୍ତ ଶାଖା କାର୍ଯ୍ୟକ୍ଷମ ରଖିବାକୁ ରିଜର୍ଭ ବ୍ୟାଙ୍କ୍ ଅନୁମତି ଦେଇଛି। ଧର୍ମଘଟ କୁ ନଜରରେ ରଖି ଏଟିଏମ୍ ରେ ପର୍ଯ୍ୟାପ୍ତ ନଗଦ ରଖିବା ଓ ଗ୍ରାହକ ସେବାକୁ ଯଥା ସମ୍ଭବ ସ୍ୱାଭାବିକ ରଖିବା ଲାଗି ବ୍ୟାଙ୍କ୍ ଗୁଡିକୁ ପଦକ୍ଷେପ ନେବାକୁ କୁହା ଯାଇଛି। ଅନ୍ୟ ପକ୍ଷରେ ଧର୍ମଘଟ ବନ୍ଦ କରିବାକୁ ହୋଇଥିବା ଆଲୋଚନା ବିଫଳ ହୋଇ ଥିବାରୁ ପୂର୍ବ ଘୋଷଣା ଅନୁସାରେ ଧର୍ମଘଟ କରିବାକୁ ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.