ଲହୁଣୀପଡା : ବସ୍ ଧକ୍କା ଦେଲା ବାଇକ କୁ।। ଦୁଇ ଗୁରୁତର।। ରାଉରକେଲା ସ୍ଥାନାନ୍ତର।

0 84

ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର
ଲହୁଣୀପଡ଼ା: ୨୪/୯:(ସତ୍ୟାନ୍ୟୁଜ) ଲହୁଣୀପଡ଼ା ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥର ସାଇପନପୋଲୋ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ସାଲେଇଡିହି ଗ୍ରାମର ସତ୍ୟାନନ୍ଦ ମାହାନ୍ତ (୪୫) ଓ କୁନ୍ତଳା ମାହାନ୍ତ (୫୩)। ସେମାନେ ସମ୍ପର୍କରେ ଭାଉଜ-ଦିଅର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଦୁଇଜଣ ଶଙ୍ଖପୋଷ ଗ୍ରାମରୁ କାମ ସାରି ବାଇକ୍‌ରେ ନିଜ ଗ୍ରାମ ସାଲେଇଡିହିକୁ ଫେରୁଥିଲେ। ଏହି ସମୟରେ ସାଇପନପୋଲୋ ନିକଟରେ କୋଇଡ଼ା ପଟୁ ଆସୁଥିବା ଏକ ଘରୋଇ ବସ୍ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଧକ୍କା ପରେ ଦୁଇଜଣ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ବସ୍‌ଟି ଘଟଣା ସ୍ଥଳରୁ ଦ୍ରୁତଗତିରେ ପଳାଇ ଯାଇଥିଲା।
ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.