ବଣାଇ : ସୋଲ ଜଙ୍ଗଲରୁ ମିଳିଲା ମଣିଷ ସ୍କେଲିଟନ୍।। ମାସେ ହେଲା ନିଖୋଜ ଥିବା ଯୁବକଙ୍କ କଙ୍କାଳ ସନ୍ଦେହ।। ପୋଲିସ୍ ତଦନ୍ତ ଜାରି।

0 80

ଜଙ୍ଗଲରୁ ମିଳିଲା ମଣିଷ କଙ୍କାଳ, ନିଖୋଜ ଯୁବକଙ୍କର ହୋଇଥିବା ସନ୍ଦେହ ।
ବଣାଇ:୨୪/୯(ସତ୍ୟାନ୍ୟୁଜ) ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ପଞ୍ଚାୟତର କଣ୍ଟାମାଳ ଜଙ୍ଗଲରୁ ମିଳିଛି ଏକ ମଣିଷ କଙ୍କାଳ।
ଜଙ୍ଗଲରେ କଙ୍କାଳ ପଡ଼ିଥିବା କିଛି ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଗୁରୁଣ୍ଡିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା କଙ୍କାଳଟି ସୋଲ ଅଞ୍ଚଳର ରାଜେନ୍ଦ୍ର ବାର୍ଲାଙ୍କର ହୋଇଥିବା ସନ୍ଦେହ କରାଯାଉଛି। ରାଜେନ୍ଦ୍ର ଗତ ଅଗଷ୍ଟ ୧ ତାରିଖରୁ ନିଖୋଜ ଥିଲେ। ପରିବାର ଓ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା।
ତେବେ ମିଳିଥିବା କଙ୍କାଳଟି ରାଜେନ୍ଦ୍ରଙ୍କର ବୋଲି ଏଯାଏଁ ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନାହିଁ। କଙ୍କାଳର ପରିଚୟ ଓ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ରାଜେନ୍ଦ୍ର ନିଜେ ଜଙ୍ଗଲକୁ ଯାଇଥିଲେ ନା ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିଲା—ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ।

Leave A Reply

Your email address will not be published.