ଭଦ୍ରକ: ଝୁଲନ୍ତା ଅବସ୍ଥାରେ ହସ୍ପିଟାଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର।। ଆତ୍ମହତ୍ୟା ସନ୍ଦେହ।। ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ।

0 50

ଘରୋଇ ହସ୍ପିଟାଲରେ ମହିଳା କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର। ଆତ୍ମହତ୍ୟା ସନ୍ଦେହ। ଘର ଲୋକଙ୍କ ହତ୍ୟା ଅଭିଯୋଗ।
ଭଦ୍ରକ:୨୩/୯(ସତ୍ୟାନ୍ୟୁଜ) ଭଦ୍ରକ ପୁରୁଣାବଜାର ଥାନା ଅଧୀନ ଆରଏମସି ମାର୍କେଟ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ମହିଳା କର୍ମଚାରୀ ଚାନ୍ଦବାଲି ଥାନା ଅଧୀନ କରାଣ୍ଡିମାଳ ଅଞ୍ଚଳର ବିଜୟ ସାହୁଙ୍କ ୨୧ ବର୍ଷୀୟା ଝିଅ ଶୁଭଲକ୍ଷ୍ମୀ ସାହୁ।
ପ୍ରାଥମିକ ସୂଚନା ଅନୁଯାୟୀ, ଶୁଭଲକ୍ଷ୍ମୀ ଭଦ୍ରକ ପୁରୁଣାବଜାର ଥାନା ଅଧୀନ ଆରଏମସି ମାର୍କେଟ ନିକଟସ୍ଥ ଲାଇଫ ହେଲ୍ଥ
କେଆର ଚାନ୍ଦ ହସ୍ପିଟାଲରେ ଡାଟା ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ହସ୍ପିଟାଲ ରହୁଥିବା ରୁମ୍ ରୁ ତାଙ୍କ ମୃତ ଦେହ ଫ୍ୟାନ ରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଭିତରୁ କବାଟ ବନ୍ଦ ଥିବାରୁ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ କବାଟ ଭଙ୍ଗାଯାଇ ଥିଲା।
ପୁରୁଣା ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୋଲିସ ପକ୍ଷରୁ ଘଟଣାସ୍ଥଳର ତଥ୍ୟ ସଂଗ୍ରହ କରାଯିବା ସହ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ତେବେ ଏହି ଘଟଣା ପଛରେ କ’ଣ କାରଣ ରହିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଗତ ୯ ସେପ୍ଟେମ୍ବର ରୁ ଶୁଭଲକ୍ଷ୍ମୀ ଏହି ହସ୍ପିଟାଲ୍ ରେ କାମରେ ଯୋଗ ଦେଇଥିଲେ।
ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ଘର ଲୋକଙ୍କ ପକ୍ଷରୁ ଶୁଭଲକ୍ଷ୍ମୀ ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ୍ ଏକ ହତ୍ୟା ମାମଲା ରଜ୍ଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିବ। ଏହି ଘଟଣାକୁ ନେଇ ମୃତ ଶୁଭଲକ୍ଷ୍ମୀଙ୍କ ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.