ରାଉରକେଲା: ଗଣେଶ ପୂଜା ପାଳନ ପାଇଁ ବିଭିନ୍ନ ପୂଜା କମିଟି ସହ ପୋଲିସ୍ ପ୍ରଶାସନର ବୈଠକ।। ଯୋଗ ଦେଲେ ୫ ଟି ଥାନା ଅଞ୍ଚଳ କମିଟି ସଦସ୍ୟ।

0 114

ରାଉରକେଲା: ୯/୯
(ସତ୍ୟାନ୍ୟୁଜ) ଗଣେଶ ପୂଜା ପାଳନ ପାଇଁ ଇସ୍ପାତ ସହର ରାଉରକେଲା ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ପେଣ୍ଡାଲ ନିର୍ମାଣ କରା ଯାଉଛି। ଅନ୍ୟପକ୍ଷରେ ଶାନ୍ତି ଶୃଙ୍ଖଳା ସହ ଗଣେଶ ପୂଜା ପାଳନ ପାଇଁ ପୋଲିସ୍ ପ୍ରଶାସନ ମଧ୍ୟ ତତ୍ପର ହୋଇ ଉଠିଛି। ଆଜି
ଉଦିତ ନଗର ଆଇଟିଡିଏ ହଲ୍ ରେ ପୋଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ପୂଜା କମିଟି ସହ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜୋନାଲ ଡିଏସପି ଯତୀନ୍ଦ୍ର ନାଥ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପ୍ଲାଣ୍ଟ ସାଇଟ୍ , ଉଦିତ ନଗର , ଟାଙ୍ଗରପାଲି , ବିଶ୍ରା , ବନ୍ଧମୁଣ୍ଡା ଆଦି ଥାନା ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.