ରାଉରକେଲା: ଇଣ୍ଡିଆନ୍ ଅଏଲ୍ ଲଞ୍ଚ୍ କଲା ୧୦ କେଜି ବିଶିଷ୍ଟ ସିଲିଣ୍ଡର୍।। ଓଜନ କମ୍ ଥିବାରୁ ଗୃହିଣୀ ଙ୍କ ପାଇଁ ସୁବିଧା ଜନକ।

0 51

ରାଉରକେଲା: ୯/୯
(ସତ୍ୟାନ୍ୟୁଜ) ଗ୍ରାହକଙ୍କ ସୁବିଧା କୁ ଆଖି ଆଗରେ ରଖି ଇଣ୍ଡିଆନ୍ ଅଏଲ୍ ସମୟେ ସମୟେ ବିଭିନ୍ନ ପରୀକ୍ଷା ମୂଳକ ପଦକ୍ଷେପ ନେଇ ଥାଆନ୍ତି। ଏବେ ଇଣ୍ଡେନ୍ ଗ୍ୟାସ୍ ପକ୍ଷରୁ ୧୦ କେଜି ବିଶିଷ୍ଟ ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ବଜାର କୁ ଛଡା ଯାଇଛି। ପୂର୍ବରୁ ୧୪ କେଜି ର ସିଲିଣ୍ଡର ଉପଲବଧ୍ ରହିଛି। ମାତ୍ର ୧୦ କେଜି ସିଲିଣ୍ଡର୍ ର ଓଜନ ପ୍ରାୟ ୫ ରୁ ୬ କେଜି ଥିବାରୁ ଗୃହିଣୀ ମାନେ ଏହା ବ୍ୟବହାର କରିବାକୁ ସୁବିଧା ଜନକ ବୋଲି କମ୍ପାନୀ ତରଫରୁ କୁହା ଯାଇଛି। ଏହାଛଡା କନେକ୍ସନ ପାଇଁ କେବଳ ପରିଚୟ ପତ୍ର ର ଆବଶ୍ୟକତା ରହିଛି । ଗତ ଜୁଲାଇ ମାସରେ ଦେଶର ବିଭିନ୍ନ ସ୍ଥାନରେ ଏହି ୧୦ କେଜି ସିଲିଣ୍ଡର ଲଞ୍ଚ୍ କରା ଯାଇଥିବା ବେଳେ ଗତ ମାସ ଭୁବନେଶ୍ୱରରେ ଏହାର ବିକ୍ରି ଆରମ୍ଭ ହୋଇଥିଲା। ଆଜି ବୁଧବାର ଦିନ ରାଉରକେଲାରେ ଏହି ନୂତନ ସିଲିଣ୍ଡର୍ କୁ ଲଞ୍ଚ୍ କରା ଯାଇଛି। ଆଗାମୀ ଦିନରେ ରାଜ୍ୟର ଅନ୍ୟ ସହର ମାନଙ୍କରେ ୧୦ କେଜି ସିଲିଣ୍ଡର୍ ଉପଲବ୍ଧ ହେବ ବୋଲି କମ୍ପାନୀ ରାଜ୍ୟ ମୁଖ୍ୟ କହିଛନ୍ତି।

Leave A Reply

Your email address will not be published.