ରାଉରକେଲା: ରେଲୱେ ଷ୍ଟେସନ ପ୍ରବେଶ ପଥ ବନ୍ଦ କୁ ରାଉରକେଲା ଓକିଲ ସଂଘର ବିରୋଧ।। ୧୦ ଦିନ ମଧ୍ୟରେ ଗେଟ୍ ଖୋଲା ନଗଲେ ଆନ୍ଦୋଳନ ଚେତାବନୀ।

0 74

ରାଉରକେଲା: ୧୦/୯
(ସତ୍ୟାନ୍ୟୁଜ) ରାଉରକେଲା ରେଲୱେ ଷ୍ଟେସନ୍ ର ପ୍ରବେଶ ପଥ କୁ ବନ୍ଦ କରିବା ବିରୁଦ୍ଧରେ ବିଭିନ୍ନ ସଂଗଠନ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରି ଦେଇଛନ୍ତି। ଚାଲୁ ରହିଥିବା ପ୍ରବେଶ ପଥ ବନ୍ଦ କରି ଏବେ ସଙ୍କଟ ମୋଚନ ମନ୍ଦିର ପଟୁ ଉଭୟ ପ୍ରବେଶ ଏବଂ ପ୍ରସ୍ଥାନ ବ୍ୟବସ୍ଥାକୁ ବିରୋଧ କରା ଯାଉଛି। ରେଲୱେ ପ୍ରଶାସନର ଏହି ନିଷ୍ପତ୍ତି କୁ ରାଉରକେଲା ବଣିକ ସଂଘ ବିରୋଧ କରି ଲଗା ଯାଇଥିବା ବାରିକେଡ୍ ଖୋଲି ଦେବା ପରେ ପୁଣି ଏହି ଗେଟ୍ ବନ୍ଦ କରା ଯାଇଛି। ଏବେ ରାଉରକେଲା ଓକିଲ ସଂଘ ପକ୍ଷରୁ ପ୍ରବେଶ ପଥ ବନ୍ଦ କରା ଯିବାକୁ ବିରୋଧ କରା ଯାଇଛି। ଆଜି ଓକିଲ ସଂଘ ସଭାପତି ସଦାନନ୍ଦ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ରାଉରକେଲା ଷ୍ଟେସନ୍ ମ୍ୟାନେଜର ଙ୍କୁ ଦେଖା କରି ଶୀଘ୍ର ଏହି ଗେଟ୍ ଖୋଲିବାକୁ ଦାବି କରିଛନ୍ତି। ୧୦ ଦିନ ମଧ୍ୟରେ ଗେଟ୍ ଖୋଲା ନଗଲେ ଓକିଲ ସଂଘ ଆନ୍ଦୋଳନାତ୍ମକ ପଦକ୍ଷେପ ନେବେ ବୋଲି ଚେତାବନୀ ଦିଆ ଯାଇଛି। ରାଉରକେଲା ବଣିକ ସଂଘ୍ ଗେଟ୍ ବନ୍ଦ କୁ ବିରୋଧ କଲାବେଳେ ବାରିକେଡ୍ ଷ୍ଟେସନ୍ ପରିସର ମଧ୍ୟରେ କରା ଯାଇଥିଲା। ମାତ୍ର ଏବେ ଏହି ବାରିକେଡ୍ ମୁଖ୍ୟ ରାସ୍ତାରୁ ଷ୍ଟେସନ୍ ଯିବା ରାସ୍ତା କଡ଼ରେ ଲଗା ଯାଇଛି। ତେବେ ରାଉରକେଲା ରେଳ ଷ୍ଟେସନ୍ ରେ ପ୍ରବେଶ ପଥ , ପାର୍କିଂ ଫି , ଟ୍ରେନ୍ ବିଳମ୍ବରେ ଚାଲିବା ପ୍ରସଙ୍ଗ କୁ ନେଇ ଅସନ୍ତୋଷ ଲାଗି ରହିଥିବା ବେଳେ ଓକିଲ ସଂଘର ଏହି ଇସୁ ରେ ହସ୍ତକ୍ଷେପ କେଉଁ ମୋଡ ନେବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.