ରାଉରକେଲା: ଡ୍ରେନ୍ , ବିଦ୍ୟୁତ୍ ଖୁଣ୍ଟ ନିକଟରୁ ବେଆଇନ୍ ନିର୍ମାଣ ହଟାଇବା ଜାରି। ଅତିକ୍ରମଣ ହଟାଇବା ବେଳେ ଆରଏସପି କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ।।
ରାଉରକେଲା: ୧୦/୯
(ସତ୍ୟାନ୍ୟୁଜ) ଇସ୍ପାତ ସହରାଞ୍ଚଳରେ ସ୍ୱେରେଜ୍ ଲାଇନ୍ କିମ୍ବା ବିଦ୍ୟୁତ୍ ଖୁଣ୍ଟ ନିକଟରେ ବେଆଇନ୍ ନିର୍ମାଣ କୁ ହଟାଇବା ଅଭିଯାନ ଆରଏସପି ପକ୍ଷରୁ ଜାରି ରହିଛି। ଗତକାଲି ଅତିକ୍ରମଣ ହଟାଇବା ବେଳେ RSP କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଶ୍ରୀକାନ୍ତ ଷଢ଼ଙ୍ଗୀ ନାମକ ଜଣେ କର୍ମଚାରୀ ଆହତ ହୋଇ ଆଇଜିଏଚ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁସାରେ ଗତକାଲି ୨ ନମ୍ୱର୍ ସେକ୍ଟର ଅଞ୍ଚଳରେ ଲିଜ୍ କ୍ୱାର୍ଟର ସମ୍ମୁଖରେ ଥିବା ଅବୈଧ ନିର୍ମାଣ ହଟାଇବାକୁ ଯାଇ ବିରୋଧର ଶିକାର ହୋଇଥିଲେ RSP ଟାଉନ୍ ସର୍ଭିସେସ୍ ବିଭାଗର ଦୁଇ ଅଧିକାରୀ।
ବୁଲଡୋଜର ଓ JCB ନେଇ ଅତିକ୍ରମଣ ହଟାଇବା ସମୟରେ କିଛି ଅତିକ୍ରମଣକାରୀ ଅଧିକାରୀଙ୍କ ସହ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଆକ୍ରମଣରେ ଦୁଇ ଅଧିକାରୀ ଆହତ ହୋଇଥିବା ବେଳେ ଜଣଙ୍କ ଛାତିରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ IGHରେ ଭର୍ତ୍ତି କରାଯାଇଛି।
ଘଟଣାକୁ ନେଇ RSP କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ରାସ୍ତା , ଡ୍ରେନ୍ ଉପରେ ବେଆଇନ୍ ନିର୍ମାଣ କରାଗଲେ କ୍ୱାର୍ଟର ଲିଜ୍ ବାତିଲ ସହ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ RSP ପକ୍ଷରୁ ଚେତାବନୀ ଦିଆ ଯାଇଛି।