ରାଉରକେଲା: ବୁଧବାର ରିଙ୍ଗ ରୋଡ ରେ ଟ୍ରକ୍ ଧକ୍କାରେ ଆହତ ବାଇକ୍ ଆରୋହୀଙ୍କ ମୃତ୍ୟୁ।। କ୍ଷତିପୂରଣ ଦାବିରେ ଥାନା ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ।
ରାଉରକେଲା: ୧୧/୯
(ସତ୍ୟାନ୍ୟୁଜ) ରାଉରକେଲା ରିଙ୍ଗ ରୋଡ ଏବେ ଅସୁରକ୍ଷିତ ହୋଇ ପଡିଛି। ପ୍ରାୟ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। ଗତ ୧୦ ଦିନ ମଧ୍ୟରେ ରିଙ୍ଗ ରୋଡ ରେ ଦୁର୍ଘଟଣା ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ରୁ ଅଧିକ ଆହତ ହୋଇଛନ୍ତି। ବୁଧବାର ଦିନ ଡିଏଭି ଛକ ନିକଟ ରିଙ୍ଗ ରୋଡ ରେ ଟ୍ରକ ଧକ୍କାରେ ଆହତ ବାଇକ୍ ଆରୋହୀ ତ୍ରିନାଥ ସିନ୍ଦୂର୍ ଙ୍କ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି। ଦୁର୍ଘଟଣା ଘଟାଇଥିବା ହାଇବା ଗାଡ଼ି କୁ ପୋଲିସ୍ ଜବତ୍ କରି ରଖିଥିବା ବେଳେ କ୍ଷତିପୂରଣ ଦାବିରେ ଆଜି ପରିବାର ବର୍ଗ ଏବଂ ସ୍ଥାନୀୟ ଲୋକେ ରଘୁନାଥପାଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ କିମ୍ବା ଅନୁକମ୍ପା ମୂଳକ ସାହାଯ୍ୟ ଦେବାକୁ ଲୋକମାନେ ଦାବି କରି କରିଥିଲେ। ଗତ ୩ ତାରିଖରେ ପ୍ଲୁଟୋନ୍ ମଲ୍ ନିକଟ ରିଙ୍ଗ ରୋଡ ରେ ଦୁର୍ଘଟଣା ଘଟି ଜଣେ ସୁରକ୍ଷା କର୍ମୀ ମୃତ୍ୟୁ ବରଣ କରିଥିଲେ। ଦୃତ ଗତିରେ ଗାଡି ଚାଳନା , ତ୍ରୁଟି ଯୁକ୍ତ ରାସ୍ତା ତଥା ଟ୍ରାଫିକ ବ୍ୟବସ୍ଥା ଯୋଗୁ ନିୟମିତ ଭାବେ ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।