ବାଲେଶ୍ୱର: ଜଙ୍ଗଲ ମଧ୍ୟରେ ୫ ଟି ବିରଳ ଓରାଙ୍ଗଉଟାନ୍ ଠାବ।।ଆନ୍ତର୍ଜାତିକ ସ୍ମଗଲିଂ ରାକେଟ୍ ସନ୍ଦେହ।। ଜୀବ ଗୁଡିକୁ ନନ୍ଦନକାନନ ପଠାଗଲା।

0 105

ବାଲେଶ୍ୱର : ୮/୯(ସତ୍ୟାନ୍ୟୁଜ) ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ୫ଟି ଓରାଙ୍ଗଉଟାନ ଠାବ ହୋଇଥିଲା। ଏକାଥରେ ୫ଟି ବିରଳ ପ୍ରଜାତିର ଜୀବ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଜୀବଙ୍କୁ ଦେଖିବା ପାଇଁ ଜଙ୍ଗଲରେ ଲୋକଙ୍କ ଭିଡ ଜମିଥିଲା । ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜୀବଗୁଡ଼ିକୁ ଉଦ୍ଧାର କରିବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ପଶୁ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନନ୍ଦନ କାନନ ପଠା ଯାଇଛି।
ଦେଖିବାକୁ ସେମାନେ ଅବିକଳ ବଣମଣିଷ ଭଳି। ଗଛ ଓ ଜଙ୍ଗଲ ମଧ୍ୟରେ ଏମାନଙ୍କ ଗତିବିଧି ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଏମାନେ ଓରାଙ୍ଗଉଟାନ ବୋଲି ଚର୍ଚ୍ଚା ହେବା ପରେ ଘଟଣାଟି ଅଧିକ ରୋଚକ ହୋଇଥିଲା। ଖବର ଚାରିଆଡ଼େ ବ୍ୟାପିବା ପରେ ବିଚିତ୍ରପୁର ଜଙ୍ଗଲ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ଏଭଳି ଜୀବକୁ ଆଗରୁ କେବେ ଦେଖିନଥିବା ଲୋକେ ଦୂରରୁ ଠିଆ ହୋଇ ଏମାନଙ୍କୁ ଦେଖିବାକୁ ଚେଷ୍ଟା କରିଥିଲେ।
ବିଚିତ୍ରପୁରରେ ବନବିଭାଗ ଦ୍ୱାରା ଉଦ୍ଧାର ହୋଇଥିବା ଓରାଙ୍ଗ ଉଟାନ ଏବେ ଚିନ୍ତା ବଢାଇ ଦେଇଛି ସଭିଙ୍କର। ଏହି ପ୍ରଜାତିର ଜଂଗଲୀ ଜନ୍ତୁ ବିଶ୍ୱରେ ବିରଳ । ଏଭଳି ସ୍ଥିତିରେ ବେଆଇନ ଭାବରେ ଏହା ଚାଲାଣ ହୋଇଥାଇ ପାରେ ବୋଲି କୁହା ଯାଉଛି।
ଓଡ଼ିଶାରେ ଓରାଙ୍ଗଓଟାନ କେବେ ଦେଖାଯିବାର ନଜିର ନାହିଁ । ଏହା ପଛରେ ଅନ୍ତର୍ଜାତୀକ ସ୍ମଗଲିଂ ରାକେଟ କାମ କରୁଥିବା ସନ୍ଦେହ କରା ଯାଉଛି। ବନବିଭାଗ ଏବଂ ପୋଲିସ୍ ଏହାର ତଦନ୍ତ କରୁଛି।

Leave A Reply

Your email address will not be published.