ରାଉରକେଲା : ସହରରେ ବିନା ବିସ୍ଥାପନ ରେ ବିମାନ ବନ୍ଦର ସମ୍ପ୍ରସାରଣ ଦାବି।। ଜନବସତି ବାହାରେ ବିମାନବନ୍ଦର ନିର୍ମାଣ ଦାବି।

0 116

ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ ନେଇ ରାଉରକେଲା ଜାଗରଣ ମଞ୍ଚର ଦାବି।
ରାଉରକେଲା : ସେପ୍ଟେମ୍ବର ୮:(ସତ୍ୟାନ୍ୟୁଜ)
ରାଉରକେଲା ବିମାନବନ୍ଦର ବିକାଶ ନେଇ ସରକାରୀ ସ୍ପଷ୍ଟୀକରଣକୁ ସ୍ୱାଗତ କରିଛି ରାଉରକେଲା ଜାଗରଣ ମଞ୍ଚ। ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ କେତେକ ଆରଏସପି କ୍ୱାର୍ଟର ଏବଂ ବସ୍ତି ଭଙ୍ଗା ଯିବା ନେଇ ପ୍ରସ୍ତାବ ଅଛି।
ବିମାନବନ୍ଦରର ବିକାଶ ହେଉ, କିନ୍ତୁ ଅନାବଶ୍ୟକ ଭାବେ ଘର, ଦୋକାନ କିମ୍ବା ବସ୍ତି ଭଙ୍ଗା ନଯାଉ ବୋଲି ଜାଗରଣ ମଞ୍ଚ ଦାବି କରିଛି।
ଘନବସତି ଅଞ୍ଚଳ ବାହାରେ ବିମାନବନ୍ଦର ସ୍ଥାପନ କିମ୍ବା ସ୍ଥାନାନ୍ତରର ସମ୍ଭାବନା ସହ ସମସ୍ତ ବିକଳ୍ପର ବୈଷୟିକ ଓ ସମ୍ଭାବ୍ୟତା ଯାଞ୍ଚ ପାଇଁ ମଞ୍ଚ ଦାବି କରିଛି।
SAIL, AAI ଓ ରାଜ୍ୟ-କେନ୍ଦ୍ର ସରକାରୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱିତ ଆଲୋଚନା କରି ରାଉରକେଲା ପାଇଁ ଦୀର୍ଘମିଆଦୀ ବିମାନବନ୍ଦର ଯୋଜନା ପ୍ରସ୍ତୁତ କରାଯାଉ ବୋଲି କହିଛି ମଞ୍ଚ।
ମଞ୍ଚର ସଭାପତି ଅମିତାଭ ସାମଲ କହିଛନ୍ତି—“ଆମେ ବିକାଶ ବିରୋଧୀ ନୁହେଁ; ଅନାବଶ୍ୟକ ବିସ୍ଥାପନ ବିନା ସୁଚିନ୍ତିତ ବିକାଶ ଚାହୁଁଛୁ।”

Leave A Reply

Your email address will not be published.